banner
Breaking

ଚେନ୍ନାଇରେ ପ୍ରବଳ ବର୍ଷା।

0

ଚେନ୍ନାଇ, ୭।୧୧: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ତାମିଲନାଡୁ ଉତ୍ତର ଉପକୂଳ ଅଞ୍ଚଳରେ ଶନିବାର ରାତିରୁ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ବହୁ ଅଞ୍ଚଳ ଜଳମଗ୍ନ ହେବା ସହ ଲୋକଙ୍କ ଘରେ ପାଣି ପଶିଛି। ଏନେଇ ଜୀବନଯାତ୍ରା ପ୍ରଭାବିତ ହୋଇଛି। ରବିବାର ପ୍ରଶାସନ ପକ୍ଷରୁ ପ୍ରାରମ୍ଭିକ ବନ୍ୟା ସତର୍କ ସୂଚନା ଜାରି କରାଯାଇଛି।

୨୦୧୫ ପରେ ଚେନ୍ନାଇ ଓ ଏହାର ଆଖପାଖ ଅଞ୍ଚଳରେ ଏହା ସର୍ବାଧିକ ବର୍ଷା ବୋଲି କୁହାଯାଉଛି। ଚେନ୍ନାଇ ଓ ଅନ୍ୟ ୪ଟି ଜିଲାରେ ପ୍ରବଳ ବର୍ଷା ଯୋଗୁ ଆଗାମୀ ଦୁଇଦିନ ପାଇଁ ସ୍କୁଲ୍‌ କଲେଜ ବନ୍ଦ କରାଯାଇଛି। ରବିବାର ଦିନ ତମାମ ପ୍ରବଳ ବର୍ଷା ଲାଗି ରହିଥିଲା। ଆଗାମୀ ୧୦ ଓ ୧୧ରେ ଉପକୂଳ ଜିଲାଗୁଡ଼ିକରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ ଓ୍ବାର୍ନିଂ ଜାରି କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.