banner
Breaking

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଷ୍ଟାଲିନ୍।

0

ଚେନ୍ନାଇ,୭।୫: ଡିଏମକେ ସଭାପତି ଏମ.କେ ଷ୍ଟାଲିନ୍‌ ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ ମନ୍ତ୍ରୀମଣ୍ଡଳରେ ୩୩ ସଦସ୍ୟ ସାମିଲ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୨ ଜଣ ପ୍ରଥମଥର ମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ୬୮ ବର୍ଷୀୟ ଷ୍ଟାଲିନ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି। ଏହାପୂର୍ବରୁ ଷଷ୍ଠ ଥର ତାମିଲନାଡୁର ଶାସନ କରିବାକୁ ତାଙ୍କ ଦଳକୁ ଆଦେଶ ଦେଇଥିବାରୁ ଷ୍ଟାଲିନ ରାଜ୍ୟର ସମସ୍ତ ଲୋକଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଥିଲେ। ଏହାସହ ସେ ସେମାନଙ୍କ ପାଇଁ ସଚ୍ଚୋଟ ଭାବରେ କାର୍ଯ୍ୟ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି। ଡିଏମକେ କ୍ଷମତାକୁ ଆସିଲେ ଲୋକମାନେ ସେମାନଙ୍କ କଲ୍ୟାଣ ସୁରକ୍ଷିତ ରହିବେ ବୋଲି ହୃଦୟଙ୍ଗମ କରି ଜନସାଧାରଣଙ୍କୁ ସେମାନଙ୍କର ବିପୁଳ ସମର୍ଥନ ଦେଇଛନ୍ତି। ଅତୀତରେ, ୨୦୦୬-୧୧, ୧୯୯୬-୨୦୦୧, ୧୯୮୯-୯୧, ୧୯୭୧-୭୬ ଏବଂ ୧୯୬୭-୭୧ ମଧ୍ୟରେ ଡିଏମ୍‌କେ ରାଜ୍ୟକୁ ଶାସନ କରିଛି।

Khansweb Solution Bhubaneswar

Leave A Reply

Your email address will not be published.