banner
Breaking

ତମନ୍ନା ଭଟିଆ କରୋନା ଆକ୍ରାନ୍ତ।

0

ମୁମ୍ବାଇ, ୪।୧୦-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଗତ କିଛିଦିନ ତଳେ ହାଇଦ୍ରାବାଦରେ ତମନ୍ନା ଏକ ୱେବ ସିରିଜ ପାଇଁ ସୁଟିଂ କରୁଥିଲେ। ଏହାପରେ ତାଙ୍କଠାରେ କରୋନା ଲକ୍ଷଣ ଦେଖାଯାଇଥିଲା। ସେ କୋଭିଡ ଟେଷ୍ଟ କରିବା ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଚିକିତ୍ସା ପାଇଁ ହାଇଦ୍ରାବାଦସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ଏହି ଖବର ପ୍ରସାରିତ ହେବା ପରେ ତାଙ୍କ ପ୍ରଶଂସକମାନେ ତମନ୍ନାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ସୂଚନାଯୋଗ୍ୟ, ଅଗଷ୍ଟରେ ତମନ୍ନାଙ୍କ ପିତାମାତା କରୋନାରେ ଆକ୍ରାନ୍ତ ହୋଇଥିଲେ। ଏ ନେଇ ତମନ୍ନା ସୋସିଆଲ ମିଡିଆରେ ସୂଚନା ଦେଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.