banner
Breaking

ଟିଟିପିଏସ୍ ତୃତୀୟ ପର୍ଯ୍ୟାୟ ସ°ପ୍ରସାରଣକୁ ତ୍ବରାନ୍ବିତ କରାଯିବ।

0

ଭୁବନେଶ୍ୱର,୨୬।୩(ବ୍ୟୁରୋ): ତାଳଚେର ତାପଜ ବିଦ୍ୟୁତ୍‌ କେନ୍ଦ୍ର(ଟିଟିପିଏସ୍‌)ର ତୃତୀୟ ପର୍ଯ୍ୟାୟ ସମ୍ପ୍ରସାରଣକୁ ତ୍ୱରାନ୍ବିତ କରାଯିବ। ଏହାସହ ଭବିଷ୍ୟତରେ ଏହି ପ୍ରକଳ୍ପ ବନ୍ଦ ହେବନାହିଁ ବୋଲି କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଆର.କେ ସିଂହ ପ୍ରତିଶ୍ରୁତି ଦେଇଥିବା ଟୁଇଟ୍‌ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ସେହିପରି ଧର୍ମେନ୍ଦ୍ର ତାଳଚେରରେ ଆଉ ଏକ ନୂଆ ତାପଜ ବଦ୍ୟୁତ୍‌ କେନ୍ଦ୍ରର ପ୍ରତିଷ୍ଠା ପାଇଁ ମଧ୍ୟ କେନ୍ଦ୍ରମନ୍ତ୍ରୀ ସିଂହଙ୍କୁ ଅନୁରୋଧ କରିଛନ୍ତ। ତେବେ ଓଡ଼ିଶା ସରକାର ଏଥିପାଇଁ ଆବଶ୍ୟକ ସହଯୋଗ ଯୋଗାଇ ଦେଲେ ନୂଆ ତାପଜ ବିଦ୍ୟୁତ୍‌ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ଆର.କେ ସିଂହ ପ୍ରତିଶ୍ରୁତି ଦେଇଥିବା ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବୋଦୟ କଳ୍ପନାରେ ଏହି ବିକାଶ ହେବ ବୋଲି ଧର୍ମେନ୍ଦ୍ର ସୂଚନା ଦେଇଛନ୍ତି।
ତାଳଚେର ତାପଜ ବିଦ୍ୟୁତ୍‌ କେନ୍ଦ୍ରର ୩ୟ ପର୍ଯ୍ୟାୟର ସମ୍ପ୍ରସାରଣକୁ ତ୍ୱରାନ୍ବିତ କରିବା ପାଇଁ ଶକ୍ତି ମନ୍ତ୍ରଣାଳୟର ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀଙ୍କୁ ଚିଠି ଲେଖି ଧର୍ମେନ୍ଦ୍ର ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି। ଧର୍ମେନ୍ଦ୍ର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଓଡିଶାକୁ ଦୀର୍ଘ ୨୫ ବର୍ଷ ଶକ୍ତି ଯୋଗାଇବାକୁ ୨୦୧୦ରେ ଏନଟିପିସି ଟିଟିପିଏସର ଷ୍ଟେଜ୍‌-୩ ସମ୍ପ୍ରସାରଣ ପାଇଁ ୧୩୨୦ ମେଗାୱାଟ ପର୍ଯ୍ୟନ୍ତ ଅତ୍ୟାଧୁନିକ ସୁପର କ୍ରିଟିକାଲ ପାୱାର ଷ୍ଟେସନ ଭାବେ ୬୬୦ ମେଗାୱାଟର ୨ଟି ୟୁନିଟ୍‌ ବିଶିଷ୍ଟ ଏକ ପ୍ରକଳ୍ପ ଲାଗି ପ୍ରସ୍ତାବ ଦେଇଥିଲା। ଅକ୍ଟୋବର ୨୦୧୧ରେ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଏହାକୁ ସର୍ବବୃହତ ପ୍ରକଳ୍ପର ମାନ୍ୟତା ପ୍ରଦାନ କରାଯାଇଥିଲା। ଏଥିପାଇଁ ଏନଟିପିସି ଦ୍ୱାରା ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଆନୁଷଙ୍ଗିକ ଅନୁମତି ପ୍ରଦାନ କରାଯାଇଥିଲା। ୧୮ ଏପ୍ରିଲ ୨୦୧୭ରେ ଏନଟିପିସି ଦ୍ୱାରା ଓଡିଶା ସରକାରଙ୍କ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ପାଇଁ ଆବେଦନ କରାଯାଇଥିଲା। ଏକ ବୃହତ ପ୍ରକଳ୍ପ ହୋଇଥିବା କାରଣରୁ ଓଡ଼ିଶା ସରକାରଙ୍କ ଉଚ୍ଚସ୍ତରୀୟ କମିଟିର ଅନୁମତି ଆବଶ୍ୟକତା ଥିଲା। ମାତ୍ର ଅନୁମୋଦନରେ ବିଳମ୍ବ ଯୋଗୁ କେନ୍ଦ୍ରମନ୍ତ୍ରୀ ୧୧ ସେପ୍ଟେମ୍ବର ୨୦୧୮ରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ କହିଥିଲେ। ଏନେଇ କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ମଧ୍ୟ ପତ୍ର ଲେଖିଥିଲେ। ପ୍ରଧାନମନ୍ତ୍ରୀ ୨୦୧୮ରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିପାରିଥାନ୍ତେ। ମାତ୍ର ୨୦୨୦ ଫେବୃୟାରୀରେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ଏହି ପ୍ରକଳ୍ପ ପାଇଁ ଅନୁମତି ପ୍ରଦାନ କରିଥିଲା। ତେବେ ସ୍ଥାନୀୟ ଜନସାଧାରଣଙ୍କ ଜୀବନଜୀବିକା ତଥା ସ୍ଥାନୀୟ ଅର୍ଥନୀତିକୁ ମଜବୁତ କରିବା ଲାଗି ଏହି ପ୍ରକଳ୍ପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ପୂର୍ବ ଭାରତ ଏବଂ ଓଡ଼ିଶାର ସାମାଜିକ ଅର୍ଥନୈତିକ ବିକାଶ ପାଇଁ ସ୍ବଳ୍ପ ମୂଲ୍ୟର ଏବଂ ନିର୍ଭରଯୋଗ୍ୟ ଶକ୍ତିର ନିରନ୍ତର ଉପଲବ୍ଧତାକୁ ସୁନଶ୍ଚିତ କରିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବା ପାଇଁ ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.