banner
Breaking

ବିଶ୍ବ ଭେଟେରାନ ଟେବୁଲ୍ ଟେନିସ ଚମ୍ପିୟାନ ସିପରେ ଭାରତ ଟିମରେ ଓଡ଼ିଶାରୁ ଦୁଇଜଣ ଖେଳାଳି

0

ଭୁବନେଶ୍ବର – ଓମାନର ମସ୍କଟ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ବ ଭେଟେରାନ ଟେବୁଲ୍ ଟେନିସ ଚମ୍ପିୟାନ ସିପ ପାଇଁ ଭାରତୀୟ ଟିମ୍ ରେ ଓଡ଼ିଶାର ଦୁଇ ଜଣ ଖେଳାଳି ଡି ଦେବଦତ୍ତ ମହାନ୍ତି ଓ ତ୍ରୈଲୋକ୍ୟ ନାଥ ରାଉତ ଅଂଶଗ୍ରହଣ କରିବେ। ୧୫ ରୁ ୨୧ ପର୍ଯ୍ୟନ୍ତ ଏହି ଚମ୍ପିୟାନ ସିପ ଅନୁଷ୍ଠିତ ହେବ। ଏହି ଦୁଇ ଖେଳାଳି ୧୪ ତାରିଖରେ ଭୁବନେଶ୍ୱରୁ ବାହାରି ଭାୟା ମୁମ୍ବାଇ ହୋଇ ଓମାନ ଅଭିମୁଖେ ଯାତ୍ରା କରିବେ।ଏଥିରେ ବିଶ୍ଵର ୧୦୦ ଟିରୁ ଉର୍ଦ୍ଧ୍ବ ଦେଶର ଖେଳାଳି ଅଂଶଗ୍ରହଣ କରିବେ। ଏହି ଦୁଇ ଖେଳାଳି ଭୁବନେଶ୍ୱରର ବାସିନ୍ଦା ଅଟନ୍ତି। ଉଭୟ ଖେଳାଳି ଜାତୀୟ ସ୍ତରରେ ଖେଳି ସ୍ବର୍ଣ୍ଣ ପଦକ ଜିତିବା ସହିତ ଆନ୍ତର୍ଜାତୀୟ ଖେଳ ପାଇଁ ମନୋନୀତ ହୋଇଛନ୍ତି। ଏହି ଆନ୍ତର୍ଜାତୀୟ ଚମ୍ପିୟାନ ସିପରେ ଭାରତର ତଥା ଓଡ଼ିଶାର ନାମ ଟେକ ରଖିବା ପାଇଁ ଯଥେଷ୍ଟ ଭଲ ପ୍ରଦର୍ଶନ କରି ପଦକ ଜିତିବାର ଲକ୍ଷ ରହିଛି ବୋଲି ଉଭୟ ଖେଳାଳି କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.