banner
Breaking

୨୧ ତାରିଖ ରବିବାର ସୂର୍ଯ୍ୟପରାଗ।

0

ଭୁବନେଶ୍ୱର, ୧୮ା୬ (ଓଡ଼ିଆ ନ୍ୟୁଜ)- ଆସନ୍ତା ୨୧ ତାରିଖରେ ସଂଘଠିତ ହେବ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ। ଏହା ଭାରତର ସବୁ ସ୍ଥାନ, ପାକିସ୍ତାନର ଦକ୍ଷିଣ ଭାଗ, ଚାଇନା ଓ ଆଫ୍ରିକୀୟ ଦେଶଗୁଡ଼ିକରେ ଦୃଶ୍ୟମାନ ହେବ। ଭାରତରେ କେବଳ ରାଜସ୍ଥାନ, ହରିୟାଣା, ଉତ୍ତରାଖଣ୍ଡରେ ପ୍ରାୟ ୧ ମିନିଟ ଧରି ବଳୟ ସୂର୍ଯ୍ୟୋପରାଗ ଓ ବାକି ସବୁ ରାଜ୍ୟରେ ଆଂଶିକ ଉପରାଗ ଦେଖାଯିବ। ଓଡ଼ିଶାର କୋଣଅନୁକୋଣରେ ଥିବା ଲୋକେ ଆଂଶିକ ସୂର୍ଯ୍ୟୋପରାଗ ଦେଖିବାକୁ ପାଇବେ। ରବିବାର ପୂର୍ବାହ୍ଣ ୧୦ଟା ୨୦ରେ ପରାଗ ଆରମ୍ଭ ହୋଇ ଅପରାହ୍ଣ ୨ଟା ୨୦ରେ ଛାଡ଼ିବ। ମଧ୍ୟାହ୍ନ ୧୨ଟା ୧୫ରୁ ୧୨ଟା ୩୦ ମଧ୍ୟରେ ସର୍ବାଧିକ ଗ୍ରାସ ଦୃଶ୍ୟମାନ ହେବ। ତେବେ ଭୁବନେଶ୍ୱରରେ ଏହା ପୂର୍ବାହ୍ନ ୧୦ଟା ୩୮ରୁ ଆରମ୍ଭ ହୋଇ ୨ଟା ୯ ମିନିଟରେ ଶେଷ ହେବ। ୧୨ଟା ୨୬ରେ ଚନ୍ଦ୍ର ସୂର୍ଯ୍ୟର ବ୍ୟାସକୁ ପ୍ରାୟ ୬୫% ଘୋଡ଼େଇ ରଖିବ ବୋଲି ପଠାଣି ସାମନ୍ତ ପ୍ଲାନେହ୍‌ଟାରିୟମ୍‌ର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ସୂର୍ଯ୍ୟୋପରାଗରେ ଚନ୍ଦ୍ର ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ଘୋଡ଼ାଇ ଦେବ। ଏହି ସମୟରେ ସୂର୍ଯ୍ୟର ଧାରର କିଛି ଅଂଶ ଦେଖାଯିବ, ଯାହାକୁ ‘ରିଙ୍ଗ ଅଫ୍‌ ଫାୟାର’ କୁହାଯାଏ। ଏହି ଦୃଶ୍ୟ ଦେଶର କେତେକ ସ୍ଥାନରେ ମାତ୍ର କିଛି ସେକେଣ୍ଡ ପାଇଁ ଦେଖାଦେବ। ଅନ୍ୟ କିଛି ସ୍ଥାନରେ ୧୨ ମିନିଟ ଯାଏ ଲୋକେ ଦେଖି ପାରିବେ। ଜ୍ୟୋତିର୍ବିଜ୍ଞାନୀଙ୍କ କହିବାନୁଯାୟୀ, ଉପରାଗର ୧୨ ଘଣ୍ଟା ପୂର୍ବରୁ ପାକତ୍ୟାଗ କରାଯିବ। ପାକ ତ୍ୟାଗ ସମୟ ୨୦ ତାରିଖ ରାତି ୧୦ଟା ୩୮ରୁ ଆରମ୍ଭ ହେବ।
ଉଲ୍ଲେଖଯୋଗ୍ୟ, ଉପରାଗ ସମୟରେ ପୃଥିବୀ, ଚନ୍ଦ୍ର ଓ ସୂର୍ଯ୍ୟର ଅବସ୍ଥିତି ଅନୁସାରେ ୩ ପ୍ରକାରର ସୂର୍ଯ୍ୟୋପରାଗ (ଆଂଶିକ, ପୂର୍ଣ୍ଣ ଓ ବଳୟ) ଘଟିଥାଏ। ପ୍ରତ୍ୟେକ ପୂର୍ଣ୍ଣ ସୂର୍ଯ୍ୟୋପରାଗ ପୂର୍ବରୁ ଓ ପରେ ଆଂଶିକ ଦେଖାଯାଇଥାଏ। କଦବାକ୍ୱଚିତ୍‌ ସମ୍ପୂର୍ଣ୍ଣ ଓ ବଳୟ ଉପରାଗ ମିଶିକରି ଦେଖାଯାଏ। ଏହି ପ୍ରକାରର ସୂର୍ଯ୍ୟୋପରାଗ ପୂର୍ବରୁ ୨୦୧୬ ସେପ୍ଟେମ୍ବର ୧ ଓ ୨୦୧୯ ସେପ୍ଟେମ୍ବର ୨୬ରେ ଦେଖିବାକୁ ମିଳିଥିଲା।

Khansweb Solution Bhubaneswar

Leave A Reply

Your email address will not be published.