banner
Breaking

ଡିସେମ୍ବର ୨୬ ରେ ସୂର୍ଯ୍ୟ ପରାଗ। କେତେବେଳେ କଣ ପଢନ୍ତୁ।

0

ନୂଆଦିଲ୍ଲୀ: ଆସନ୍ତା ୨୬ ତାରିଖ ଗୁରୁବାର ଦିନ ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗିବ। ପୌଷମାସର କୃଷ୍ଣ ଅମାବାସ୍ୟା ତିଥିରେ ପଡୁଥିବା ଏହି ସୂର୍ଯ୍ୟପରାଗ ବୃତ୍ତାକାର ହେବ। ଏଥର ପୂର୍ଣ୍ଣଗ୍ରାସ ହେବ ନାହିଁ ଆଂଶିକ ସୂର୍ଯ୍ୟପରାଗ ହେବ। ଭାରତରେ ସୂର୍ଯ୍ୟପରାଗ ଲାଗିବା ପୂର୍ବରୁ ପାକ ନିଷିଦ୍ଧ ହୋଇ ଯାଇଥାଏ। ଧାର୍ମିକ ମହତ୍ତ୍ବ ଅନୁଯାୟୀ ଏହି ସମୟରେ କୌଣସି ଶୁଭ କାର୍ଯ୍ୟ ବା ପୂଜାପାଠ ଆଦି ହୁଏନାହିଁ। ଏହି ସମୟ ମଧ୍ୟରେ ମନ୍ଦିରର କବାଟ ବନ୍ଦ ରଖାଯାଏ।

ସୂର୍ଯ୍ୟପରାଗ ଗୁରୁବାର ସକାଳ ୮ଟା ୨୦ ମିନିଟରେ ଆରମ୍ଭ ହୋଇ ୧୧ଟା ୨୯ ମିନିଟରେ ଶେଷ ହେବ। ଏହାର ପୂର୍ବ ଦିନ ଅର୍ଥାତ୍ ଡିସେମ୍ବର ୨୫ ତାରିଖ ବୁଧବାର ରାତି ୮ଟା ୨୦ ମିନିଟରୁ ପାକ୍ତତ୍ୟାଗ,ଦେବନୀତି ଓ ଅନ୍ନ ନିଷେଧ ହେବ। ଗର୍ଭବତୀ ମହିଳା, ଛୋଟ ପିଲା ଓ ବୃଦ୍ଧଙ୍କ ପାଇଁ ପାକ୍ ନିଷିଦ୍ଧ ସମୟ ଭୋର ୩ଟା ୪୭ ମିନିଟରୁ ଆରମ୍ଭ ହୋଇ ୧୧ଟା ୨୯ମିନିଟରେ ଶେଷ ହେବ।

ଏହି ସୂର୍ଯ୍ୟପରାଗର ସମ୍ପୂର୍ଣ୍ଣ ସମୟ ୨ଘଣ୍ଟା ୪୦ ମିନିଟ୍ ରହିବ। ଶ୍ରୀଲଙ୍କା, ସାଉଦି ଆରବ, ବୋର୍ନିୟୋ, ଅଷ୍ଟ୍ରେଲିୟା, ଏସିଆର ଦକ୍ଷିଣ ଭାଗରେ ଦେଖାଯିବ । ମେଷ, ବୃଷ ଓ ମିଥୁନ ରାଶି ଉପରେ ଏହାର ଅଶୁଭ ପ୍ରଭାବ ପଡିପାରେ। କର୍କଟ ରାଶିର ଲୋକଙ୍କ ଉପରେ ଏହାର ଶୁଭ ପ୍ରଭାବ ପଡିବ। ଆସନ୍ତା ସୂର୍ଯ୍ୟପରାଗ ୨୦୨୦ ମସିହା ଜୁନ ୨୧ ତାରିଖରେ ଭାରତରେ ଦେଖାଦେବ।

Khansweb Solution Bhubaneswar

Leave A Reply

Your email address will not be published.