banner
Breaking

ସୁରକ୍ଷାର ପରିବେଶ ସୁରକ୍ଷା ଚିନ୍ତା । ଲାଗିବ ଏକହଜାର ଗଛ

0

ଭୁବନେଶ୍ବର,(ଓଡ଼ିଆ ନ୍ୟୁଜ)ଓଡ଼ିଶାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସୁରକ୍ଷା ଭୁବନେଶ୍ୱର ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ନିଳାଦ୍ରୀବିହାରସ୍ଥିତ କ୍ୟାପିଟାଲ ଶୋଭନୀୟ ବିଦ୍ୟାଳୟ ରେ ଆଜି ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଲାୟନ୍ସ ବିଶ୍ବନାଥ ମହାନ୍ତି, ଶିକ୍ଷାବିତ ରେବତୀ ସ, ଗୁରୁମା ମମତା ପ୍ରଧାନ, କଳିଙ୍ଗ ସାମ୍ବାଦିକ ସଙ୍ଘ ର ଆବାହକ ସୁକାନ୍ତ ରାଉତ, ଚନ୍ଦ୍ରଶେଖରପୁର ବରିଷ୍ଠ ନାଗରିକ ସଙ୍ଘ ର ସଂପାଦକ ରବିନ୍ଦ୍ରନାଥ ପଟନାୟକ ଯୋଗଦେଇ କହିଥିଲେ ଯେ ପିଲା ମନେ ତାଙ୍କ ଜନ୍ମଦିନ ରେ ଉପହାର ଭାବେ ଗଛ ଟିଏ କାମନାକରନ୍ତୁ। ଶୋଭନୀୟ ବିଦ୍ୟାଳୟ ର କୁନି କୁନି ପିଲା ମନେ ବୃକ୍ଷରୋପଣ ସମ୍ବନ୍ଧୀୟ ଚମତ୍କାର ସ୍ଲୋଗାନ ଓ ଅତି ସୁନ୍ଦର ସଂଗୀତ ଗାୟନ କରିଥିଲେ। ଅନୁଷ୍ଠାନ ର ସଭାପତି ସୁଧାଂଶୁ ମହାପାତ୍ର ପ୍ରାରମ୍ଭିକ ଭାଷଣରେ କହିଥିଲେ କି ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆସନ୍ତା ଅଗଷ୍ଟ ୧୫ ପର୍ଯ୍ୟନ୍ତ ଚନ୍ଦ୍ରଶେଖରପୁର ଅଞ୍ଚଳ ରେ ବିଭିନ୍ନ ସ୍କୁଲ ମାନଙ୍କରେ ଚାଲିବ। ପ୍ରାୟ ଏକ ହଜାର ଗଛ ଲଗାଯିବ।ସୁରକ୍ଷାର ସମ୍ପାଦକ କେଶବ ରଣା ଧନ୍ୟବାଦ ଅର୍ପଣ କରିଥିଲେ ଓ ଅନୁଷ୍ଠାନ ର ନିର୍ଦେଶିକା ଶ୍ରୀମତୀ ମିଲି ରଣା ଏବଂ ବରିଷ୍ଠ ସଭ୍ୟ ପି ଏଲ ସାହୁ, କୈଳାଶ ଜେନା, ନିର୍ମଳ ମଲ୍ଲିକ, ପବିତ୍ର ସ୍ୱାଇଁ, ସୁକାନ୍ତ ଗିରି, ବିଚିତ୍ରାନନ୍ଦ ରାଉତ୍ରାୟ ଓ ଲୋଚନ ପ୍ରତାପ ସିଂ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.