banner
Breaking

ସୁରକ୍ଷା ପକ୍ଷରୁ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ।

0

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ସୁରକ୍ଷା’ ପକ୍ଷରୁ ସ୍ଥାନୀୟ ଲୁମ୍ବିନିବିହାରସ୍ଥିତ ପ୍ରୋଜେକ୍ଟ ୱାଟର ଠାରେ ୭୨ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି ।
ଏହି ଉତ୍ସବରେ ଅନୁଷ୍ଠାନର ସଭାନେତ୍ରୀ ଶ୍ରୀମତୀ ବନ୍ଦନା ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ତାଙ୍କର ସଂକ୍ଷିପ୍ତ ଭାଷଣରେ ସେ କହିଥିଲେ ଯେ, ଆମମାନଙ୍କ ଭିତରେ ଦେଶଭକ୍ତି ଜାଗ୍ରତ ହେଲେ ହିଁ ରାଷ୍ଟ୍ର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ । ସୁରକ୍ଷାର ଉପଦେଷ୍ଟା ସୁଧାଂଶୁ ମହାପାତ୍ର ଉତ୍ସବଟିକୁ ପରିଚାଳନା କରିଥିଲେ । ଅନୁଷ୍ଠାନର ନିର୍ଦ୍ଦେଶିକା ଶ୍ରୀମତୀ ମିଲି ରଣା ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ କେଶବ ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ବିଶିଷ୍ଟ ପରିବେଶବିତ୍ ଶ୍ରୀଯୁକ୍ତ ପବିତ୍ର କୁମାର ପଣ୍ଡାଙ୍କୁ ମୁଖ୍ୟଅତିଥି ଶ୍ରୀମତୀ ବନ୍ଦନା ପଣ୍ଡା ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେବା ପାଇଁ ଅନୁଷ୍ଠାନର ବରିଷ୍ଠ ସଭ୍ୟ/ସଭ୍ୟା ପଦ୍ମଲୋଚନ ସାହୁ, ଅମ୍ବିକା ପରିଡ଼ା, କୈଳାସ ଜେନା, ଶ୍ରୀମତୀ ନିବେଦିତା ଲେଙ୍କା, ଶ୍ରୀମତୀ ସ୍ୱର୍ଣ୍ଣଲତା ପ୍ରଧାନ, ପ୍ରଦୀପ କୁମାର ଦ୍ୱିବେଦୀ, ଳକ୍ଷ୍ମୀଧର ଭଦ୍ର, ବିଚିତ୍ରାନନ୍ଦ ରାଉତରାୟ, ଲୋଚନ ପ୍ରତାପ ସିଂ ଓ ଅମୀୟ ରାଉତରାୟ ପ୍ରମୁଖ ସହଯୋଗ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.