banner
Breaking

ସୁରକ୍ଷା ‘ଭୁବନେଶ୍ୱର ପକ୍ଷରୁ ଗାନ୍ଧୀଜୟନ୍ତୀ ଗାନ୍ଧିବିଚାର ହିଁ ସାମ୍ପ୍ରତିକ ପରିସ୍ଥିତି ସମାଧାନର ଏକମାତ୍ର ବିକଳ୍ପ l

0

ଭୁବନେଶ୍ୱର,୩/୧୦(ଓଡ଼ିଆ ନ୍ୟୁଜ): ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କର ବିଚାରହିଁ ଦେଶକୁ ଏକତା ସୂତ୍ରରେ ବାନ୍ଧି ପାରିବ ଏବଂ ସାମ୍ପ୍ରତିକ ପରିସ୍ଥିତିର ସମାଧାନରେ ଏକମାତ୍ର ବିକଳ୍ପ ବୋଲି ଆଜି ପୂର୍ବାହ୍ନରେ ରାଜଧାନୀର ଅନ୍ୟତମ ଅଗ୍ରଣୀ ସ୍ବେଛାସେବୀ ସଂଗଠନ ସୁରକ୍ଷା ପକ୍ଷରୁ ସ୍ଥାନୀୟ ଜନତା ମୈଦାନ ସ୍ଥିତ ଗାନ୍ଧୀଜୟନ୍ତୀ ପାର୍କରେ ଆୟୋଜିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ପରିବେଶବିତ ଶ୍ରୀ ପ୍ରଫୁଲ ସାମନ୍ତରାୟ ମତବ୍ୟକ୍ତ କରିଥିଲେ l


ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଟା ସୁଧାଂଶୁ ମହାପାତ୍ର, ଆନନ୍ଦ ପଟ୍ଟନାୟକ, ଉପସଭାପତି ଦେବ ଚୌଧୁରୀ, କୋଷାଧକ୍ଷ ପଦ୍ମଲୋଚନ ସାହୁ ସହ ସମ୍ପାଦକ ପ୍ରଦୀପ ଦ୍ୱିବେଦୀ ବରିଷ୍ଠ ସଭ୍ୟ ରାଜେନ୍ଦ୍ର ମଲ୍ଲିକ, ଗଣେଶ ଖିଲାର, ପ୍ରମୋଦ ପରିଡା ଓ ଅମୀୟ ରାଉତ୍ରାୟ ପ୍ରମୁଖ ଉପସ୍ଥିତ ରହି ଜାତିର ଜନକଙ୍କ ପ୍ରତିମୂର୍ତ୍ତରେ ମାଲ୍ୟାର୍ପଣ କରିଥିଲେ, ଅନୁଷ୍ଠାନ ର ସମ୍ପାଦକ କେଶବ ରଣା କାର୍ଯ୍ୟକ୍ରମଟିକୁ ସଂଚାଳନ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.