banner
Breaking

ସୁରକ୍ଷା ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ। ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ପାଇଥିବା କୁମାର ବିଶ୍ୱରଞ୍ଜନଙ୍କୁ ସମ୍ବର୍ଦ୍ଧନା

0

ଭୁବନେଶ୍ୱର,୧୬/୮(ଓଡ଼ିଆ ନ୍ୟୁଜ): ରାଜଧାନୀର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସୁରକ୍ଷା’ ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ଶନିବାର ପୂର୍ବାହ୍ନ ୯ ଘଟିକା ସମୟରେ ସ୍ଥାନୀୟ ଲୁମ୍ବିନୀ ବିହାରସ୍ଥିତ ପ୍ରୋଜେକ୍ଟ ୱାଟର ପରିସରରେ କୋଭିଡ୍‌-୧୯ କଟକଣାକୁ ଅନୁପାଳନ କରି ଅନୁଷ୍ଠିତ ହୋଇଯାଇଛି ।

ସୁରକ୍ଷାର ସଭାନେତ୍ରୀ ଶ୍ରୀମତୀ ବନ୍ଦନା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ କୁମାର ବିଶ୍ୱରଞ୍ଜନ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ ।
ସଦ୍ୟ ପ୍ରକାଶିତ ୟୁପିଏସସି ପରୀକ୍ଷାରେ ୧୮୨ ସ୍ଥାନରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଚନ୍ଦ୍ରଶେଖରପୁର ଅଞ୍ଚଳକୁ ଗୌରବାନ୍ୱିତ କରିଥିବା କୁମାର ବିଶ୍ବରଞ୍ଜନଙ୍କୁ ଶ୍ରୀମତୀ ବନ୍ଦନା ପଣ୍ଡା ସମ୍ବର୍ଦ୍ଧିତ କରିଥିଲେ ।
ଅନୁଷ୍ଠାନର ଉପଦେଷ୍ଟା ସୁଧାଂଶୁ ମହାପାତ୍ର ଓ ପରିଚାଳନା ନିର୍ଦ୍ଦେଶିକା ମିଲି ରଣା କୁମାର ବିଶ୍ୱରଞ୍ଜନଙ୍କର ‘ମା’ ଶ୍ରୀମତୀ ମିନତୀ ଭୋଳ ‘ବାପା’ ଶ୍ରୀଯୁକ୍ତ ବେଣୁଧର ଭୋଳଙ୍କୁ ଆଜିର ଏହି ପବିତ୍ର ଦିବସରେ ସମ୍ବର୍ଦ୍ଧିତ କରି ମାନପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ‘ସୁରକ୍ଷା’ର ସମ୍ପାଦକ କେଶବ ରଣା ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ନିବେଦିତା ଲେଙ୍କା, ଦେବ ଚୌଧୁରୀ, ‘ସୁରକ୍ଷା’ର ବରିଷ୍ଠ କାର୍ଯ୍ୟକର୍ତ୍ତା ଶ୍ରୀ ପଦ୍ମଲୋଚନ ସାହୁ, କୈଳାଶ ଜେନା, ପ୍ରଦୀପ କୁମାର ଦ୍ୱିବେଦୀ, ରାଜେନ୍ଦ୍ର ମଲ୍ଲିକ, ବିଚିତ୍ର ନନ୍ଦ ରାଉତରାଏ, ସୁକାନ୍ତ ଗିରି, ଲୋଚନ କୁମାର ପ୍ରତାପ ସିଂହ ଓ ଅମୀୟ ରାଉତରାଏ ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଏହି ଅବସରରେ ଅତିଥି ମାନଙ୍କ ଦ୍ବାରା ଜଳପ୍ରକଳ୍ପ ପରିସରରେ ବୃକ୍ଷରୋପଣ କରାଯାଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.