banner
Breaking

ସୁରକ୍ଷା ପକ୍ଷରୁ ପ୍ରଦୂଷଣମୁକ୍ତ ଦୀପାବଳି ପାଇଁ ଆହ୍ୱାନ।

0

ଭୁବନେଶ୍ବର,୨୭ । ୧୦ (ଓଡ଼ିଆ ନ୍ୟୁଜ)-ଦୀପାବଳି ଉତ୍ସବ ଅବସରରେ ବାଣ ଫୁଟାଉଥିବା ଯୋଗୁ ପ୍ରଦୁଷଣ ହୋଇଥାଏ। ଏହା କେବଳ ମଣିଷ ନୁହଁ, ପଶୁ ପକ୍ଷୀଙ୍କୁ ମଧ୍ୟ ପ୍ରଭାବିତ କରିଥାଏ। ଏଣୁ ପ୍ରଦୂଷଣମୁକ୍ତ ଦୀପାବଳି ପାଇଁ ସୁରକ୍ଷା ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ନୀଳାଦ୍ରି ବିହାର ସ୍ଥିତ ବୁଦ୍ଧ ଜୟନ୍ତୀ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଦୀପାବଳିରେ ବିଭିନ୍ନ ଉଚ୍ଚଶବ୍ଦକାରୀ ଏବଂ ପ୍ରଦୁଷଣକାରୀ ବାଣ ଫୁଟାଇବା ଦ୍ୱାରା ଅକାଳରେ ପଶୁ ପକ୍ଷୀଙ୍କ ଜୀବନ ଚାଲିଯାଉଛି। ମଣିଷମାନେ ମଧ୍ୟ ଶ୍ୱାସ ଜନିତ ରୋଗରେ ପୀଡ଼ିତ ହେଉଛନ୍ତି। ଏଣୁ ବାଣ ନ ଫୁଟାଇବା ପାଇଁ ସୁରକ୍ଷା ପକ୍ଷରୁ ଆହ୍ବାନ ଦିଆଯାଇଥିଲା। ଏଥିସହିତ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇ ପରିବେଶ ସୁରକ୍ଷା କରି ସବୁଜିମା କରିବାକୁ କୁହାଯାଇଥିଲା। ସୁରକ୍ଷାର ସମ୍ପାଦକ କେଶବ ରଣାଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁବାଷ ପାତ୍ର,ସମ୍ମାନିତ ଅତିଥି ଭାବେ ବୋଇତ ବନ୍ଧାଣ କମିଟିର ସଭାପତି ବିଶ୍ଵନାଥ ମହାନ୍ତି, ଓ ଅନ୍ୟତମ ଅତିଥି ଭାବେ ସୁଧାଂଶୁ ମହାପାତ୍ର, ବିଶ୍ୱନାଥ ମହାନ୍ତି, ଦେବ ଚୌଧୁରୀ, ହରିହର ମହାପାତ୍ର, ଧନେଶ୍ୱର ବାରିକ, ସୁକାନ୍ତ ରାଉତ, ମିଲି ରଣା, ପଦ୍ମଲୋଚନ ସାହୁ, ବିଚିତ୍ରାନନ୍ଦ ରାଉତ୍ରାୟ ଦୟାନିଧି ସ୍ୱାଇଁ ଓ ଅଂଚଳର ବହୁ ବୁଦ୍ଧିଜୀବୀ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.