banner
Breaking

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୁର , ଆଉ ଲଢିବେନି ନିର୍ବାଚନ

0

ଭୁବନେଶ୍ୱର : ଜଟଣୀ ବିଧାୟକ ସୁର ରାଉତରାୟ ଏକ ବଡ଼ ଘୋଷଣା କରିଛନ୍ତି। ସୁର କହିଛନ୍ତି, ମୁଁ ଆଉ ନିର୍ବାଚନ ଲଢ଼ିବିନି। ମୋତେ ୮୦ ବର୍ଷ ହେଲାଣି। ଏଣିକି ମୋ ପୁଅ ମନ୍ମଥ ରାଉତରାୟ କଂଗ୍ରେସ ଟିକେଟ୍‌ରେ ଜଟଣୀରୁ ନିର୍ବାଚନ ଲଢ଼ିବ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକୁ ନେଇ ମଧ୍ୟ ସୁର ମତ ରଖିଛନ୍ତି। ସେ କହିଛନ୍ତି, ମୋ’ ପୁଅ ସିଦ୍ଧାର୍ଥ ପାହାଡ଼ ଚଢ଼ି ରେକର୍ଡ କରିଛି। ତା’ ସଫଳତା ବିଷୟରେ ଜଣାଇବା ପାଇଁ ଯାଇଥିଲି।
ଏହା ଜାଣି ମୁଖ୍ୟମନ୍ତ୍ରୀ ଏବଂ ୫-ଟି ସଚିବ ଖୁସି ହେଲେ। ଅନ୍ୟ କୌଣସି ରାଜନୈତିକ ଚର୍ଚ୍ଚା ହୋଇ ନ ଥିବା ସେ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.