banner
Breaking

ଛାଡପତ୍ର ହେଲେବି ପିଲାମାନଙ୍କୁ ସ୍ନେହରୁ କେହି ବଞ୍ଚିତ କରିପାରିବେ ନାହିଁ-ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ,୧୨/୧୦(ବ୍ୟୁରୋ): ପିଲାଙ୍କ ପାଇଁ ମାତା-ପିତାଙ୍କ ସ୍ନେହ ଆବଶ୍ୟକ ଏବଂ ଗୁରୁତ୍ୱପୂର୍ଣ୍ଣ। ଏଥିରେ ମାତା-ପିତାଙ୍କ ଲାଗି ପ୍ରତିବନ୍ଧକ ସୃଷ୍ଟି ହୋଇପାରିବ ନାହିଁ ବୋଲି ଶନିବାର ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି। ବିଚାରପତି ଦୀପକ ଗୁପ୍ତା ଏକ ମାମଲାର ବିଚାର କରି ଏଭଳି ରାୟ ଜାରି କରିଛନ୍ତି। ଏକ ଛାଡ଼ପତ୍ର ମାମଲାରେ ୫ ବର୍ଷ ବୟସ୍କ ନାବାଳକଙ୍କୁ ମାତାଙ୍କ ପାଖରେ ରଖିବାର ଅନୁମତି ଦେଇ ଆହ୍ଲାବାଦ୍‌ ହାଇକୋର୍ଟ କହିଥିଲେ ଯେ, ପିତା ମାସରେ ୨ଥର ସମ୍ପୃକ୍ତ ନାବାଳକଙ୍କୁ ଦେଖା କରିପାରିବେ। ଏନେଇ ନାବାଳକଙ୍କ ପିତା ସୁପ୍ରିମ୍‌କୋର୍ଟଙ୍କ ଆଶ୍ରୟ ନେଇଥିଲେ। ତେବେ ସୁପ୍ରିମ୍‌କୋର୍ଟ ଆହ୍ଲାବାଦ୍‌ ହାଇକୋର୍ଟଙ୍କ ରାୟକୁ ଖାରଜ କରିବା ସହିତ ଏହି ପ୍ରତିବନ୍ଧକକୁ ହଟାଇଛନ୍ତି। ନାବାଳକଙ୍କୁ ଦେଖା କରିବାକୁ ପିତାଙ୍କୁ ମନା କରାଯାଇ ପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.