banner
Breaking

ଆସନ୍ତା ୮ ଦିନରେ ସୁପ୍ରିମକୋର୍ଟ ଦେବେ ଗୁରୁତ୍ୱ ପୂର୍ଣ୍ଣ ରାୟ

0

ନୂଆଦିଲ୍ଲୀ,: ଆସନ୍ତା ୮ ଦିନ ମଧ୍ୟରେ ୪ଟି ଗୁରୁତ୍ୱପୂର୍ଣ୍ଣ ରାୟ ସୁପ୍ରିମ୍‌କୋର୍ଟ ଦେବେ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏସବୁ ମାମଲାରେ ରାୟ ଦେବେ। ନଭେମ୍ବର ୧୭ରେ ପ୍ରଧାନ ବିଚାରପତି ଅବସର ଗ୍ରହଣ କରିବେ। ଏହା ପୂର୍ବରୁ ନଭେମ୍ବର ୧୬ ସୁଦ୍ଧା ଅଯୋଧ୍ୟା ମାମଲା ସହିତ ସାବରିମାଲା, କେନ୍ଦ୍ର ସରକାରଙ୍କ ରାଫାଲ୍‌ ଡିଲ୍‌ ଏବଂ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ସୂଚନା ଅଧିକାର ଆଇନ ପରିସର ଭୁକ୍ତ ମାମଲା ଆଦିର ରାୟ ଆସିବାର ସମ୍ଭାବନା ରହିଛି। ୧୮୫୮ଠାରୁ ଅଯୋଧ୍ୟା ମାମଲା ଦେଶର ସାମାଜିକ-ଧାର୍ମିକ କ୍ଷେତ୍ର ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହୋଇ ଉଠିଛି। ସେହିପରି ସାବରୀମାଲାରେ ୧୦ରୁ ୫୦ ବର୍ଷ ବୟସ୍କ ମହିଳା ପ୍ରବେଶ ଅନୁମତି ଦେବା ମାମଲାରେ ୬୫ଟି ଆବେଦନ ଦାଖଲ ହୋଇଥିଲା। ସୁପ୍ରିମ୍‌କୋର୍ଟର ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ରାୟ ସଂରକ୍ଷିତ ରଖିଥିଲେ। ୨୦୧୮ ସେପ୍ଟେମ୍ବର ୨୮ରେ ପୁନର୍ବିଚାର ଲାଗି ୫୭ଟି ଆବେଦନ ଦାଖଲ ହୋଇଥିଲା। ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ସୂଚନା ଅଧିକାର ଆଇନ ପରିସର ଭୁକ୍ତ ହେବେ କି ନାହିଁ ବୋଲି ପ୍ରଶ୍ନ କରି ଆରଟିଆଇ କର୍ମୀ ସୁଭାଷ ଚନ୍ଦ୍ର ଅଗ୍ରଓ୍ବାଲ ଏକ ଆବେଦନ ଦାଖଲ କରିଥିଲେ। ଫ୍ରାନ୍ସ ଠାରୁ ୩୬ ରାଫାଲ୍‌ ଯୁଦ୍ଧ ବିମାନ କିଣିବାରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଏକ ମାମଲା ଦାଖଲ କରାଯାଇଥିଲା। ମେ ୧୦ରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ରାୟ ସଂରକ୍ଷିତ ରଖିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.