banner
Breaking

ସୁପ୍ରିମକୋର୍ଟଙ୍କ ଅଯୋଧ୍ୟା ରାୟ ଉପରେ ବିଶିଷ୍ଟ ବ୍ୟକ୍ତିଙ୍କ ମତ-

0

ଭୁବନେଶ୍ଵର: ସୁପ୍ରିମକୋର୍ଟ ଶନିବାର ଅଯୋଧ୍ୟା ବିବାଦ ମାମଲାର ରାୟ ପ୍ରକାଶ କରିଛନ୍ତି। ଏହାକୁ ନେଇ ରାଜନେତା ଓ ବିଶିଷ୍ଟ ବ୍ୟକ୍ତିମାନେ କ’ଣ କହୁଛନ୍ତି ତାହା ଏଠାରେ ଉପସ୍ଥାପିତ:-
:- ରାମ ଜନ୍ମଭୂମି ବାବରୀ ମସଜିଦ୍‌ର ଐତିହାସିକ ରାୟ ଯୋଗୁ ଦେଶର ନ୍ୟାୟପାଳିକା ଉପରେ ଲୋକଙ୍କ ଆସ୍ଥା ବଢ଼ିଛି। ଏହି ରାୟ ଯୋଗୁ ରାମ-ରହିମ୍‌ ଭକ୍ତି ଏବେ ରାଷ୍ଟ୍ରୀୟ ଭକ୍ତି ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ଜଣାଇଛନ୍ତି। ଏହି ରାୟ କାହାର କାହାର ବିଜୟ ଅବା ପରାଜୟ ନୁହେଁ। ଏହାଦ୍ୱାରା ଦେଶର ଏକତା ସୁଦୃଢ଼ ହୋଇଥିବା ମୋଦି କହିଛନ୍ତି।
ନରେନ୍ଦ୍ର ମୋଦୀ-ପ୍ରଧାନମନ୍ତ୍ରୀ, ଭାରତ

:– ସୁପ୍ରିମକୋର୍ଟଙ୍କ ରାୟ ସମ୍ମାନଯୋଗ୍ୟ ଏବଂ ସ୍ବାଗତଯୋଗ୍ୟ। ଏହାକୁ ସମସ୍ତେ ଗ୍ରହଣ କରନ୍ତୁ। ସମସ୍ତେ ଶାନ୍ତି ଏବଂ ସୌହାଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଜୀବନ ନିର୍ବାହ କରନ୍ତୁ। ଭାଇଚାରାର ଭାବନା ଆମ ଧର୍ମନିରପେକ୍ଷତାର ପରିଚୟ।

ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ, ଓଡ଼ିଶା

:– ଅଯୋଧ୍ୟା ବିବାଦ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ କେହି ବିଜୟ କିମ୍ବା ପରାଜୟ ଦୃଷ୍ଟିରେ ନ ଦେଖନ୍ତୁ। ରାଜ୍ୟରେ ଶାନ୍ତିପୂର୍ଣ୍ଣ ଏବଂ ସୌହାଦ୍ଦ୍ୟପୂର୍ଣ୍ଣ ବାତାବରଣ ବଜାୟ ରଖିବା ଆମ ସମସ୍ତଙ୍କ ଦାୟିତ୍ଵ।

– ଯୋଗୀ ଆଦିତ୍ୟନାଥ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ

:– ଦେଶବାସୀଙ୍କୁ ଅନୁରୋଧ ସେମାନେ ବିଶାଳ ହୃଦୟ ଏବଂ ବ୍ୟକ୍ତିତ୍ଵର ପରିଚୟ ଦିଅନ୍ତୁ। କୌଣସି ଅନୁଚିତ ମନ୍ତବ୍ୟ କୌଣସି ସୋସିଆଲ ମିଡିଆ କିମ୍ବା ମେସେଜିଂ ପ୍ଲାଟଫର୍ମରେ ନ ଲେଖନ୍ତୁ। ଦେଶର ସୌହାଦ୍ଦ୍ୟପୂର୍ଣ୍ଣ ବାତାବରଣ ପାଇଁ ସମସ୍ତଙ୍କ ଯୋଗଦାନ ଜରୁରୀ।

-ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ

– ସୁପ୍ରିମକୋର୍ଟ ଅଯୋଧ୍ୟା ବିବାଦ ମାମଲାରେ ନିଜର ରାୟ ଶୁଣାଇ ଦେଇଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତିକୁ ସମ୍ମାନ ଜଣାଇ ସମସ୍ତଙ୍କୁ ପରସ୍ପର ମଧ୍ୟରେ ସଦ୍‌ଭାବନା ବଜାୟ ରଖିବାକୁ ଅନୁରୋଧ କରୁଛି। ଏହି ସମୟ ଆମ ସମସ୍ତ ଭାରତୀୟମାନଙ୍କ ମଧ୍ୟରେ ବନ୍ଧୁତ୍ଵ, ବିଶ୍ଵାସ ଏବଂ ଭଲପାଇବାର ସମୟ।

– ରାହୁଲ ଗାନ୍ଧୀ, ବରିଷ୍ଠ କଂଗ୍ରେସ ନେତା

– ଅଯୋଧ୍ୟା ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ଆମେ ସମ୍ମାନ ଦେଉଛୁ। ରାୟକୁ ନେଇ ସମାଜରେ ସମସ୍ତେ ଶାନ୍ତି ଓ ସୌହାର୍ଦ୍ଦ୍ୟ ରକ୍ଷା କରିବାକୁ ମୁଁ ନିବେଦନ କରୁଛି। ଏହା ଆମ ସମ୍ବିଧାନକୁ ଆହୁରି ସୁଦୃଢ଼ କରିବ।

– ନିରଞ୍ଜନ ପଟ୍ଟନାୟକ, ପିସିସି ସଭାପତି, ଓଡ଼ିଶା
ଏହି ସ୍ବାଗତ ସ୍ବାଗତଯୋଗ୍ୟ। ଦୀର୍ଘ ଦଶନ୍ଧୀ ଧରି ଚାଲିଥିବା ଏହି ମାମଲାର ରାୟ ଶେଷରେ ଠିକ୍‌ ଆସିଛି ବୋଲି ସେ କହିଛନ୍ତି। ଏହା ବିଜୟ ନୁହେଁ କି ପରାଜୟ ନୁହେଁ। ଏହାକୁ ନେଇ ସମସ୍ତେ ଶାନ୍ତି ବଜାୟ ରଖିବାକୁ ସେ ନିବେଦନ କରିଛନ୍ତି।

ମୋହନ ଭାଗବତ-ରାଷ୍ଟୀୟ ସ୍ବୟଂ ସେବକ ସଂଘର ମୁଖ୍ୟ

:-ଭାରତବାସୀଙ୍କ ମଧ୍ୟରେ ସବୁବେଳେ ଏକତାର ଦୃଷ୍ଟାନ୍ତ ଦେଖିବାକୁ ମିଳେ। ଏବେ ଜାତୀୟ ସଂହତି କ୍ଷେତ୍ରରେ ଏହା ଏକ ଭାରତ-ଶ୍ରେଷ୍ଠ ଭାରତ ଭାବନାକୁ ଉଦ୍ଜୀବିତ କରୁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅଯୋଧ୍ୟା ରାୟ ପ୍ରକାଶ ପାଇବା ପରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ଏହା ସହିତ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ଶହ ଶହ ବର୍ଷ ଧରି ଲାଗି ରହିଥିବା ବିବାଦରେ ସମାଧାନ ସହମତିରେ ହେବା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା। ଏହି ରାୟ ଭାରତବାସୀଙ୍କ ମଧ୍ୟରେ ଏକତ୍ୱ ରଜ୍ଜୁକୁ ସୁଦୃଢ଼ କରିବା ସହିତ ଭାରତର ଅନନ୍ୟ ସଂସ୍କୃତିକୁ ବିକଶିତ କରିବାକୁ ସକ୍ଷମ ହେବ ବୋଲି ସେ କହିଛନ୍ତି।
‌ ଅମିତ ସାହା-ସ୍ବରାଷ୍ଟ୍ର ମନ୍ତ୍ରୀ

Khansweb Solution Bhubaneswar

Leave A Reply

Your email address will not be published.