banner
Breaking

ଆକାଉଣ୍ଟଧାରୀଙ୍କୁ ଠକ ଘୋଷଣା ପୂର୍ବରୁ ସେମାନଙ୍କର ଶୁଣିବା ଉଚିତ: ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ,୨୭।୩ : ସୁପ୍ରିମକୋର୍ଟ ସୋମବାର କହିଛନ୍ତି ଯେ କୌଣସି ଆକାଉଣ୍ଟଧାରୀଙ୍କୁ ଠକ ଘୋଷଣା କରିବା ପୂର୍ବରୁ ବ୍ୟାଙ୍କଗୁଡ଼ିକ ମଧ୍ୟ ସେମାନଙ୍କ ପକ୍ଷ ଶୁଣିବା ଉଚିତ। ଋଣ ନେଇଥିବା ବ୍ୟକ୍ତିଙ୍କ କଥା ମଧ୍ୟ ଶୁଣିବା ଆବଶ୍ୟକ। ଏହା ପରେ ବ୍ୟାଙ୍କଗୁଡ଼ିକ ନିଷ୍ପତ୍ତି ନେବା ଉଚିତ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଯଦି ଏପରି କାର୍ଯ୍ୟାନୁଷ୍ଠାନ ହୁଏ, ତେବେ ଏକ ଯୁକ୍ତିଯୁକ୍ତ ଆଦେଶ ପାଳନ କରାଯିବା ଆବଶ୍ୟକ।

ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଏହିପରି ବ୍ୟକ୍ତିମାନଙ୍କୁ ଶୁଣିବାର ସୁଯୋଗ ଦିଆଯିବା ଜରୁରୀ।

Khansweb Solution Bhubaneswar

Leave A Reply

Your email address will not be published.