banner
Breaking

ସୁନ୍ଦରଗଡ଼ ପୌରପାଳିକାର ବିଭିନ୍ନ ୱାର୍ଡରେ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

0

ସୁନ୍ଦରଗଡ଼, ୧/୭(ଓଡ଼ିଆ ନ୍ୟୁଜ): ସୁନ୍ଦରଗଡରେ କରୋନା ମହାମାରୀକୁ ସୂଚାର ରୂପେ ମୁକାବିଲା କରିବା ସହିତ ଜିଲ୍ଲାର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇଛନ୍ତି ଜିଲ୍ଲାପାଳ।

ଆଜି ସୁନ୍ଦରଗଡ଼ ପୌରପାଳିକାର ବିଭିନ୍ନ ୱାର୍ଡ ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ । ବୁଧବାର ଦିନ ଜିଲ୍ଲାପାଳ ୱାର୍ଡ ନମ୍ବର ୧, ୨ ଓ ୩ ପରିଦର୍ଶନ କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ । ୱାର୍ଡରେ ଥିବା ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ୱାର୍ଡରେ ଥିବା ସମସ୍ୟା ସମାଧାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଜିଲ୍ଲାପାଳ ରାଣୀ ବଗିଚା ୧ ନମ୍ବର ୱାର୍ଡରେ ଥିବା ଅଙ୍ଗନବାଡି କେନ୍ଦ୍ରର ସମସ୍ୟା ସମାଧାନ କରିଥିଲେ । ଏହି ଓ୍ବାର୍ଡ ଅନ୍ତର୍ଗତ ନଦୀଘାଟ ନିର୍ମାଣ ପାଇଁ ପୌରପାଳିକା ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଣୀ ବଗିଚାରୁ ମହାଦେବପଡ଼ାକୁ ପିଏଚଡି ପମ୍ପ ହାଉସ ଦେଇ ଯାଇଥିବା ରାସ୍ତାର ମରାମତି ପାଇଁ ନିର୍ଦ୍ଦେଶ ଦେଇଥିଲେ ।

୩ ନମ୍ବର ୱାର୍ଡରେ ଶୌଚାଳୟ ନିର୍ମାଣ ସାଙ୍ଗକୁ ୱାଟର ଟ୍ରିଟମେଂଟପ୍ଲାଂଟବସାଇବା ପାଇଁ ଗୁରୁତ୍ୱ ଦେଇଥିଲେ ଜିଲ୍ଲାପାଳ ।

ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ସୁନ୍ଦରଗଡ଼ ସଦର ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା, ତହସିଲଦାର ଯୋଗେଶ୍ୱର ଭୋଇ, ସୁନ୍ଦରଗଡ଼ ପୌରପାଲିକା ନିର୍ବାହୀ ଅଧିକାରୀ ଅଶୋକ କୁମାର ମିଶ୍ର, ୱେସ୍କୋ ନିର୍ବାହୀ ଯନ୍ତ୍ରୀ, ପିଡବ୍ଲ୍ୟୁଡି ଏସଡିିଓ, ପିଏଚଡିି ଏସ୍‌ଡିଓ ପ୍ରମୁଖ ଉପସ୍ଥିତ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.