banner
Breaking

ଆଜି ଭାରତ ବନ୍ଦ

0

ଭୁବନେଶ୍ୱର,୨୭/୯(ବ୍ୟୁରୋ) : କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନ ପକ୍ଷରୁ ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସକାଳ ୬ଟାରୁ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହା ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ସକାଳୁ ସକାଳୁ ବିଭିନ୍ନ କୃଷକ ସଂଗଠନ, ବାମ ଦଳ ଓ କଂଗ୍ରେସର କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରୁଛନ୍ତି। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ମାଷ୍ଟରକ୍ୟାଣ୍ଟିନ,ମାର୍କେଟ ବିଲଡିଂ, ଡମଣା, ପେଟ୍ରୋଲ ପମ୍ପ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେହିଭଳି ବଲାଙ୍ଗୀର, ରାଉରକେଲା ଆଦି ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାସ୍ତାଘାଟରେ ବିଭିନ୍ନ ସ୍ଥାନରେ ଅଖଚକ ବନ୍ଦ ରଖାଯାଇଛି। ଦୋକାନ ବଜାର ବନ୍ଦ ରହିବା ସହ ଅତ୍ୟାବଶ୍ୟକ ସେବାକୁ ଏଥିରୁ ବାଦ ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.