banner
Breaking

ନାଚ ଗିତରେ ଝୁମିଲେ ଜନସାଧାରଣ,ଚନ୍ଦ୍ରଶେଖରପୁର ଷ୍ଟ୍ରିଟମଜା ର ଚତୁର୍ଥ ଦିବସ

0

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) ଚନ୍ଦ୍ରଶେଖରପୁର ଅଥଲେଟ ଆସୋସିଏସନ ତରଫରୁ ଆରମ୍ଭ ହୋଇଥିବା ଷ୍ଟ୍ରିଟ ମଜାର ଆଜିଥିଲା ଚତୁର୍ଥ ଦିବସ । ବିଶେଷ ଆକର୍ଷଣ ଭାବେ ଆଜି ଓଡିଶୀ ନାଚ ଓ ମର୍ଡନ ଡ୍ୟାନ୍ସ ସମସ୍ତଙ୍କ ମନମୁଗ୍ଧ କରିବା ସହିତ ପଥଚାରିଙ୍କୁ ବାନ୍ଧି ରଖିଥିଲା । ପେଟ୍ରୋଲ ପମ୍ପଠାରୁ ଡମଣା ଛକ ପର୍ଯ୍ୟନ୍ତ ଚନ୍ଦ୍ରଶେଖରପୁର ଆଥଲେଟିକ ଆସୋସିଏସନ ତରଫରୁ ଗତ ୩ ସପ୍ତାହ ହେବ ଷ୍ଟ୍ରିଟ ମଜା ମାଧ୍ୟମରେ ବିଭିନ୍ନ ପ୍ରକାରର ସଂସ୍କୃତିକ କାର୍ଯ୍ୟକ୍ରମ ସହ ନାଟକ ଦ୍ୱାରା ସଚେତନତା ବାର୍ତ୍ତା ପ୍ରଦାନ କରୁଥିବା ଏଲ ପି ଟିମ୍ ଆଜି ମଧ୍ୟ ସଡକ ସୁରକ୍ଷାର ବାର୍ତ୍ତା ବାଣ୍ଟିଥିଲା । ବରିଷ୍ଠ ନାଗରିକ ମାନେ ଯୋଗଦେଇ ଯୋଗ ଧ୍ୟାନ କରିଥିଲେ । କୁନି କୁନି ପିଲାମାନେ ରାସ୍ତା ଉପରେ ବସି ଚିତ୍ର ଆଙ୍କିଥିଲେ । ଷ୍ଟ୍ରିଟମଜା ଅଧ୍ୟକ୍ଷ ମଧୁମାଧବ ଜେନାଙ୍କ ପରିଚାଳନାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ହାଉସିଂବୋଡ ଅଧ୍ୟକ୍ଷ ତଥା ପୁର୍ବତନ ବିଧାୟକ ପ୍ରୀୟଦଶ୍ରୀ ମିଶ୍ର ଯୋଗଦେଇ କହିଥିଲେ ଏହି ଅଞ୍ଚଳରେ ବହୁତ ଲୋକ ବାସକରୁଥିବାରୁ ଏଭଳି ଗୋଟିଏ କାର୍ଯ୍ୟକ୍ରମର ଆବଶ୍ୟକତା ଥିଲା । ଯାହାକୁ ଆଥଲେଟିକ ଆସୋସିଏସନ ପୁରଣ କରିଛି ।ଏହା ଭାଇଚାରାର ସମ୍ପର୍କ ଯୋଡିବାରେ ସହୟକ ହେବ । ଅନ୍ୟମାନଙ୍କ ମଧ୍ୟରେ ପୁର୍ବତନ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ ,ଆଇନଜିବି ସମରେନ୍ଦ୍ର ସାହୁ ,ମନମୋହନ ପଟ୍ଟନାୟକ ,ସମାଜସେବୀ ମିହିର ରାଉତ୍ , ମନୋଜ ସାହୁ ,ଇଂ ଦିଲ୍ଲିପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.