banner
Breaking

ଏମିତି ଏକ ଦ୍ବୀପ ଯେଉଁଠି ଭୁତ ପ୍ରେତ ବାସ କରନ୍ତି। ଗଲେ ଫେରିବା ଅସମ୍ଭବ।

0

ଦୁନିଆରେ ଏମିତି କିଛି ସ୍ଥାନ ଅଛି, ଯାହା ଆଜି ବି ରହସ୍ୟମୟ। ନା ସେ ସ୍ଥାନ ସମ୍ପର୍କରେ ପ୍ରକୃତ ତଥ୍ୟ କେହି ଜାଣିପାରନ୍ତି ନା କିଛି ଦେଖିପାରନ୍ତି। ଏମିତି ଏକ ଦ୍ୱୀପ ରହିଛି ସ୍କଟ୍‌ଲାଣ୍ଡ୍‌ରେ। ଏହାର ନାଁ ‘ଆଇନହାଲୋ’। ଦ୍ୱୀପଟି ଦେଖିବାକୁ ବିଲ୍‌କୁଲ୍‌ ହୃଦୟ ସଦୃଶ। ଏହି ସ୍ଥାନଟି ଖୁବ୍‌ ଛୋଟ। ଯାହା ମାନଚିତ୍ରରେ ପାଇବା କଷ୍ଟକର। ଏହି ଦ୍ୱୀପ ସମ୍ପର୍କରେ କିଛି ରହସ୍ୟମୟ କାହାଣୀ ରହିଛି। ପୌରାଣିକ କଥା ଅନୁସାରେ, ଏହି ଦ୍ୱୀପ ଭୂତ-ପ୍ରେତଙ୍କର। ତେଣୁ ଏଠାରେ ପ୍ରେତାତ୍ମା ବାସ କରନ୍ତି। କୌଣସି ବ୍ୟକ୍ତି ଏହି ଦ୍ୱୀପକୁ ଗଲେ ଆଉ ଫେରନ୍ତି ନାହିଁ। ଏହା ମଧ୍ୟ କୁହାଯାଏ, ଏହି ଦ୍ୱୀପରେ ଜଳପରି ବାସ କରନ୍ତି। ଗରମ ଦିନରେ ଏମାନେ ବାହାରକୁ ଆସିଥାନ୍ତି। ସ୍କଟ୍‌ଲାଣ୍ଡର ହାଇଲ୍ୟାଣ୍ଡ୍‌ସ ବିଶ୍ୱବିଦ୍ୟାଳୟର ପ୍ରଫେସର ଡେନ୍‌ ଲି କୁହନ୍ତି, ଏଠାରେ ହଜାର ବର୍ଷ ପୂର୍ବେ ଲୋକେ ବାସ କରୁଥିଲେ। କିନ୍ତୁ ୧୮୫୧ ମସିହାରେ ଏଠାରେ ପ୍ଲେଗ୍‌ ରୋଗ ବ୍ୟାପିବାରୁ ଲୋକମାନେ ଏହି ଦ୍ୱୀପ ଛାଡ଼ି ଅନ୍ୟତ୍ର ଚାଲିଗଲେ। ତଥାପି ଏହି ଦ୍ୱୀପ ସମ୍ପର୍କରେ ସଠିକ୍‌ ତଥ୍ୟ କାହା ପାଖରେ ନାହିଁ। ଆଜି ବି ଏହି ଦ୍ୱୀପ ରହସ୍ୟମୟୀ।

Khansweb Solution Bhubaneswar

Leave A Reply

Your email address will not be published.