banner
Breaking

ବର୍ଷା ସହ ବଜ୍ରପାତ ୮ ଜିଲ୍ଲାକୁ ସତର୍କ ସୂଚନା।

0

ଭୁବନେଶ୍ୱର,୨୮/୯(ଓଡ଼ିଆ ନ୍ୟୁଜ) ଉତ୍ତର-ପୂର୍ବ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ହେଉଛି। ତେବେ ଗତକାଲିଠୁ ବର୍ଷାର ପରିମାଣ କମିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି।
ଉତ୍ତର ଓ ଉପକୂଳବର୍ତ୍ତୀ ଓଡ଼ିଶାର କେତେକ ସ୍ଥାନ ଏବଂ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଆଜି ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ।ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେହିପରି ବର୍ଷା ସହ ଘଡ଼ଘଡ଼ି ନେଇ କିଛି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- କଳାହାଣ୍ଡି, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, କଟକ, ସୁନ୍ଦରଗଡ଼ , ମୟୂରଭଞ୍ଜ ଓ ବୌଦ୍ଧ।

.

Khansweb Solution Bhubaneswar

Leave A Reply

Your email address will not be published.