banner
Breaking

ରାଜ୍ୟରେ ମନ୍ଦିର ଖୋଲିବା ପାଇଁ ସରକାରଙ୍କୁ ଦାୟିତ୍ୱ। କଣ କହିଲେ ଆଇନ ମନ୍ତ୍ରୀ ଜାଣନ୍ତୁ।

0

କଟକ,୧୦/୮(ଓଡ଼ିଆ ନ୍ୟୁଜ): ଦେଶ ଓ ରାଜ୍ୟରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ତେଣୁ ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସବୁ ଧର୍ମାନୁଷ୍ଠାନକୁ ବନ୍ଦ ରଖିବାକୁ କଟକଣା ଜାରି କରାଯାଇଥିଲା । କିନ୍ତୁ ଏହାରି ମଧ୍ୟରେ ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବା ନେଇ ରାଜ୍ୟସରକାରଙ୍କୁ ନିଷ୍ପତ୍ତି ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କଣ୍ଟେନମେଣ୍ଟ ଜୋନ ବାହାରେ ଥିଲେ ଧର୍ମାନୁଷ୍ଠାନ ଖୋଲିପାରିବ । ମାତ୍ର ଧର୍ମାନୁଷ୍ଠାନ ଖୋଲିବା ନେଇ ଶେଷ ନିଷ୍ପତ୍ତି ରାଜ୍ୟ ସରକାର ନେବେ ବୋଲି ହାଇକୋର୍ଟ କହିଛନ୍ତି । କିନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ନଜରରେ ରଖି ନିଷ୍ପତ୍ତିକୁ ନେବାକୁ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଧର୍ମାନୁଷ୍ଠାନ ଖୋଲିବା ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ହୋଇଥିଲା।

ଏ ନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ , ମନ୍ଦିର ଖୋଲିବା ନେଇ ଖୁବଶୀଘ୍ର ନିଷ୍ପତ୍ତି ନେବାକୁ ଯାଉଛୁ। ବିଭିନ୍ନ ସ୍ଥିତିକୁ ଆକଳନ କରି ଆମେ ନିଷ୍ପତ୍ତି ନେବୁ। କଣ ଗାଇଡ୍‌ଲାଇନ୍‌ ଅଣାଯାଇ ମନ୍ଦିର ଖୋଲାଯିବ ନିଷ୍ପତ୍ତି ନିଆଯିବ। ଯେମିତି ସଂକ୍ରମଣ ନ ବ୍ୟାପେ ସେ ଦିଗକୁ ଆମେ ବିଚାରକୁ ନେବୁ ବୋଲି କହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.