banner
Breaking

ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ

0

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଆଜି ପୂର୍ବାହ୍ନ ୧୦ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍‌ ବୈଠକ ବସିଥିବା ବେଳେ ୧୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ମାରିଛି କ୍ୟାବିନେଟ୍‌ । ଗୃହରେ ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଅବଗତ କରାଇଛନ୍ତି । ଆଇଟି ପଲିସି ୨୦୨୨କୁ କ୍ୟାବିନେଟ୍‌ ମୋହର ମାରିଥିବା ବେଳେ ୨ଟି ଜିଲ୍ଲାରେ ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ ଦେଇଛି ରାଜ୍ୟ କ୍ୟାବିନେଟ୍‌ । ଫଳରେ ରାୟଗଡ଼ା ଓ କେରାପୁଟ ଜିଲ୍ଲାର ପାନୀୟ ଜଳ ସମସ୍ୟା ଦୂର ହେବ । ରାୟଗଡ଼ାର ୧୫ଟି ପଞ୍ଚାୟତ ଓ କୋରାପୁଟର ୩୧ଟି ପଞ୍ଚାୟତକୁ ପାଣି ଯୋଗାଇ ଦିଆଯିବା ନେଇ କୁହାଯାଇଛି।
ଏହାସହ ସରକାର ପାଇକ ବିଦ୍ରୋହ ସ୍ମାରକୀ ପାଇଁ ଜମି ଯୋଗାଇଛନ୍ତି ଓ ଖୋର୍ଦ୍ଧା ବରୁଣେଇରେ ୯.୬୮୫ ଏକର ଜମି ଦେଇଥିବା କୁହାଯାଇଛି । ଏହା ବ୍ୟତୀତ ପୁରୀରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ୧୩୫ଟିରେ ଧର୍ମଶାଳା ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ୍‌ । ବାଲିସାହି ଧର୍ବଶାଳା ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛି । ରାଜ୍ୟ ସରକାରଙ୍କ ଅବଢ଼ା ଯୋଜନାରେ ଧର୍ମଶାଳା ପ୍ରକଳ୍ପ ନିର୍ମାଣ କରାଯିବ । ୧୩୫କୋଟି ୬୦ଲକ୍ଷ ଟଙ୍କା ବ୍ୟୟରେ  ଧର୍ମଶାଳା ନିର୍ମାଣ ହେବ । ମେସର୍ସ ଶ୍ରୀଜିକୃପା ସଂସ୍ଥାକୁ ଏଥିପାଇଁ ଟେଣ୍ଡର ମିଳିଛି । ୨୪ମାସ ମଧ୍ୟରେ କାମ ସାରିବାକୁ କୁହାଯାଇଛି

Khansweb Solution Bhubaneswar

Leave A Reply

Your email address will not be published.