banner
Breaking

୧୫ ରୁ ହେଲମେଟ ଯାଞ୍ଚ କଡାକଡି

0

ଭୁବନେଶ୍ବର,୮।୫(ବ୍ୟୁରୋ): ଆସନ୍ତା ୧୫ ତାରିଖରୁ ରାଜ୍ୟର ସମସ୍ତ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ହେଲମେଟ ଯାଞ୍ଚ କରାଯିବ। ଏହି ଅଭିଯାନ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ସରକାରଙ୍କ ସଡକ ପରିବହନ ଆୟୁକ୍ତଙ୍କ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି ।

ତଦନୁଯାୟୀ, ବିନା ହେଲମେଟରେ ଯାତ୍ରା କରୁଥିଲେ ଚାଲାଣ କଟାଯିବା ସହ ବାଇକ ଚାଳକଙ୍କ ଲାଇସେନ୍ସକୁ ୩ ମାସ ପାଇଁ ବାତିଲ କରିଦିଆଯିବ। ସେହିଭଳି ନାବାଳକ ଗାଡି ଚାଳକ ଓ ବାଇକ୍‌ରେ ୩ ଜଣ ବସିଥିଲେ ତାଙ୍କ ଉପର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Khansweb Solution Bhubaneswar

Leave A Reply

Your email address will not be published.