banner
Breaking

ଅନଲାଇନ ସମ୍ପତ୍ତି ଟିକସ ବ୍ୟବସ୍ଥାର ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ।

0

ଭୁବନେଶ୍ବର,୨୦/୧(ଓଡ଼ିଆ ନ୍ୟୁଜ) : ଏଣିକି ଅନଲାଇନ ମାଧ୍ୟମରେ ଦେଇପାରିବେ ଖଜଣା। ସୋମବାର ଲୋକସେବା ଭବନର ସମ୍ମିଳନୀ କକ୍ଷରେ ରାଜ୍ୟରେ ପ୍ରଥମଥର ପାଇଁ ଅନ୍‍ଲାଇନ୍‍ ସମ୍ପତ୍ତି ଟିକସ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନଗର ଉନ୍ନୟନ ବିଭାଗ ୫-ଟିରେ ସାମିଲ ହେବା ପରେ ଏହି ପଦକ୍ଷେପ ନିଆଯାଇଛି । ଫଳରେ  ଏଣିକି ଭୁବନେଶ୍ୱର ମହାନଗର ନିଗମ ସମେତ ରାଜ୍ୟର ଅନ୍ୟାନ୍ୟ ସମସ୍ତ ସହରାଞ୍ଚଳରେ ଅନ୍‍ଲାଇନରେ ସମ୍ପତ୍ତି ଟିକସ ପ୍ରଦାନ କରାଯାଇପାରିବ । କ୍ରେଡିଟ କାର୍ଡ, ଡେବିଟ୍‍ କାର୍ଡ, ନେଟ୍‍-ବ୍ୟାଙ୍କିଙ୍ଗ୍, ଇ-ୱାଲେଟ୍‍ ଏବଂ ୟୁପିଆଇ ମାଧ୍ୟମରେ ଟିକସ ପ୍ରଦାନ କରାଯାଇପାରିବ।
ଭୁବନେଶ୍ବର ମହାନଗର ନିଗମରେ bhubaneswar.me ଜରିଆରେ ଟିକସ ଦିଆଯାଇ ପରିବ। ରାଜ୍ୟର ଅନ୍ୟାନ୍ୟ ସମସ୍ତ ସହରାଞ୍ଚଳରେ www.ulbodisha.gov.in// property taxରେ ଦିଆଯାଇ ପରିବ।
ସେହିପରି ରାଜ୍ୟର ପୌରାଞ୍ଚଳରେ ଟିକସ ଆଦାୟ ବୃଦ୍ଧି ପାଇଁ ମ୍ୟୁନିସିପାଲ ପ୍ରିମିୟର ଲିଗ୍‍ (ଏମପିଏଲ) ଆରମ୍ଭ ହୋଇଛି। ଏଥିରେ ରାଜ୍ୟର ୯ଟି ବୃହତ ସହରାଞ୍ଚଳର ଟିକସ ଅଧିକାରୀଙ୍କ ମଧ୍ୟରେ ପ୍ରତିଯୋଗିତା ହେବ ଯାହା ଫଳରେ ଟିକସ ଆଦାୟ ବୃଦ୍ଧି ପାଇବ । ସର୍ବୋତ୍କୃଷ୍ଟ ପ୍ରଦର୍ଶନକାରୀଙ୍କୁ ପୁରସ୍କାର ସ୍ବରୂପ ଏମପିଏଲ ଟ୍ରଫି ପ୍ରଦାନ କରାଯିବ। ଯାହାକୁ ମୁଖ୍ୟମନ୍ତ୍ରୀ ଆଜି ଉନ୍ମୋଚନ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା,ଉନ୍ନୟନ କମିଶନର ସୁରେଶ ମହାପାତ୍ର,ବିଭାଗୀୟ ସଚିବ ଜି. ମାଥିଭାତନ,୫-ଟି ସଚିବ ଭି.କେ ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.