banner
Breaking

୨ ଜଣ ପାଇଲେ ଯୁଗ୍ମ ସଚିବ ପାହ୍ୟାକୁ ପଦୋନ୍ନତି

0

ଭୁବନେଶ୍ୱର,୪ା୨(ବ୍ୟୁରୋ): ରାଜ୍ୟ ସରକାର ୨ଜଣ ଡେପୁଟି ସେକ୍ରେଟାରିଙ୍କୁ ଯୁଗ୍ମ ସଚିବ ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ଏ ନେଇ ଗୁରୁବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଡେପୁଟି ସେକ୍ରେଟାରି ବ୍ରଜ କିଶୋର ଗିରି ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଡେପୁଟି ସେକ୍ରେଟାରି ପ୍ରଶାନ୍ତ କିଶୋର ଆଚାର୍ଯ୍ୟଙ୍କୁ ଯୁଗ୍ମ ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ପଦୋନ୍ନତି ପରେ ଗିରିଙ୍କୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଥିବା ବେଳେ ଆଚାର୍ଯ୍ୟଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗକୁ ବଦଳି କରାଯାଇଛି। ସେହିପରି ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗର ଗୋଟିଏ ଖାଲି ଡେପୁଟି ସେକ୍ରେଟାରି ପଦବୀକୁ ଅସ୍ଥାୟୀ ଭାବେ ସମବାୟ ବିଭାଗକୁ ସ୍ଥାନାନ୍ତର କରାଯାଇଛି। ସେହି ପଦବୀରେ ଦିଲୀପ କୁମାର ମହାନ୍ତିଙ୍କୁ ଡେପୁଟି ସେକ୍ରେଟାରି ଭାବେ ତାଙ୍କ ଅବସର ସମୟ ୨୦୨୨ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ନିଯୁକ୍ତି ଦିଆଯାଇଛି

Khansweb Solution Bhubaneswar

Leave A Reply

Your email address will not be published.