banner
Breaking

ଆସିଲା ଫେବୃଆରୀ ଗାଇଡଲାଇନ

0

ଭୁବନେଶ୍ୱର,୩୧।୧(ବ୍ୟୁରୋ): ଫେବୃୟାରୀ ମାସ ପାଇଁ କରୋନା ଗାଇଡ୍‌ଲାଇନ୍‌ ଜାରି ହୋଇଛି। ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି।
ଗାଇଡ୍‌ଲାଇନ୍‌ ଅନୁସାରେ, ନାଇଟ୍‌ କର୍ଫ୍ୟୁ ଅବଧି ଏବେ ରାତି ୯ଟା ପରିବର୍ତ୍ତେ ରାତି ୧୦ରୁ ପରଦିନ ସକାଳ ୫ ଯାଏ ନାଇଟ୍‌ କର୍ଫ୍ୟୁ ବଳବତ୍ତର ରହିବ। ଏହି ନାଇଟ୍‌ କର୍ଫ୍ୟୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ଲାଗୁ ହେବ।
ପୂର୍ବ ବର୍ଷ ଭଳି ଏଥର ବି ବିନା ଶ୍ରଦ୍ଧାଳୁରେ ସରସ୍ବତୀ ପୂଜା ପାଳନ କରାଯିବ। କେବଳ ସ୍କୁଲ୍‌ ଏବଂ କଲେଜ୍‌ ଛଡା ଅନ୍ୟ କେଉଁଠି ସରସ୍ବତୀ ପୂଜା ପାଳନ କରିବାକୁ ବାରଣ କରାଯାଇଛି। ସେହିପରି ମାଘ ସପ୍ତମୀ, ମାଘ ପୂର୍ଣ୍ଣିମା ପାଇଁ ମଧ୍ୟ କଟକଣା ଲାଗୁ କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.