banner
Breaking

ରାଜ୍ୟ ସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

ପତାକା ଉତ୍ତୋଳନ କଲେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ

0

ଭୁବନେଶ୍ୱର,୨୬।୧(ବ୍ୟୁରୋ): ଆଜି ୭୩ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ଭୁବନେଶ୍ୱରସ୍ଥିତ ଗାନ୍ଧିମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ଅଭିଭାଦନ ଗ୍ରହଣ କରିଛନ୍ତି । ସେହିପରି ସମ୍ମାନୀୟ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ପୋଲିସ ବ୍ୟାଣ୍ଡକୁ ମିଶାଇ ଏଥର ମୋଟ ୧୦ଟି କଣ୍ଟିଜେଣ୍ଟ ପରେଡରେ ଭାଗ ନେଇଥିଲେ । ବିଏସଏଫ, ସିଆର୍‌ପିଏଫ, ଏସ୍‌ଓଜି, ଓଏସ୍‌ଏଏପି, ଓଡ୍ରାଫ, ଫାୟାର, ଏସ୍‌ଏସବି ଓ ୩ଟି ବ୍ରାସବ୍ୟାଣ୍ଡ ଯୋଗ ଦେଇଥିଲେ । ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡରେ ବିଏସଏଫ ଯବାନ ପ୍ରଥମ ଥର ପାଇଁ ଭାଗ ନେଇଥିଲେ। କୋଭିଡ କଟକଣା ମଧ୍ୟରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା ।

Khansweb Solution Bhubaneswar

Leave A Reply

Your email address will not be published.