banner
Breaking

ଲକ୍ଷଣ ପ୍ରକାଶ ପାଇଲେ ପରୀକ୍ଷା କରନ୍ତୁ।

0

ଭୁବନେଶ୍ୱର : ରାଜ୍ୟରେ କୋଭିଡ ସଂକ୍ରମଣ ତଳମୁହାଁ ହୋଇଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଗାଇଡ ଲାଇନ ଅନୁସାରେ ଟେଷ୍ଟିଂ ଚାଲିଛି । ଆକ୍ଟିଭ କେସରେ ଓଡିଶା ଅଷ୍ଟମ ସ୍ଥାନରେ ରହିଛି । ସର୍ଭେଲାନ୍ସ ଟେଷ୍ଟିଂ ମଧ୍ୟ ରାଜ୍ୟରେ ଭଲ ଅଛି । ସେଥିପାଇଁ ପଜିଟିଭ୍ ଅଧିକ ବାହାରୁଛନ୍ତି । ହେଲେ ସଂକ୍ରମଣ ଗ୍ରାଫ୍ ଦେଖିବାକୁ ଗଲେ ଆମେ ଆଉ ୪ରୁ ୫ ଦିନ ନଜର ରଖିବା ପାଇଁ ପଡିବ ସଂକ୍ରମଣ ହାର ଉପରେ । ତଥାପି ରାଜ୍ୟରେ ଏବେ ସଂକ୍ରମଣ ତଳମୁହାଁ ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ହେଲେ ଏହି ତଳମୁହାଁ ଏକ ନିରନ୍ତର ପ୍ରକ୍ରିୟା ନୁହେଁ ।ଯାହାର ସାମାନ୍ୟ ବି ଲକ୍ଷଣ ଦେଖାଦେଉଛି ଟେଷ୍ଟ କରାନ୍ତୁ ବୋଲି ବିଜୟ ମହାପାତ୍ର କହିଛନ୍ତି । ଅଧିକ ପିଜିଟିଭ୍ବ ବାହାରିଲେ ଡରିବାର ନାହିଁ । ଆଇସୋଲେସନରେ ରହି ସଂକ୍ରମଣ କମାଇ ପାରିବା । କରୋନା ମୃତ୍ୟୁ ସଂଖ୍ୟାକୁ ନେଇ ମଧ୍ୟ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ଏବେବି ୬ ପ୍ରତିଶତ ରୋଗୀ ଭେଣ୍ଟି ଲେଟରେ ଅଛନ୍ତି । ଭେଟିଲେଣ୍ଟରକୁ ଯାଉଥିବା ରୋଗୀଙ୍କ ମୃତ୍ୟୁ ଆଶଙ୍କା ରହିଛି ବୋଲି କହିଛନ୍ତି ।

ଭାଇରସର ପ୍ରକୃତି ରୂପ ବଦଳାଇବା ।ଏନେଇ ଗବେଷଣା ଜାରି ରହିଛି । ହୁଏତ ଭାଇରସ ରୂପ ବଦଳାଇପାରେ ସେ ବିଷୟପରେ ସଠିକ୍ କହିହେବ ନାହିଁ । ହେଲେ ଭାଇରସ ବିପଦ ଜନକ ବା ପ୍ରବାବହୀନ ବି ହୋଇପାରେ ବୋଲି ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.