banner
Breaking

ମକର ଓ ପୋଙ୍ଗଲ ପାଇଁ କଟକଣା ଜାରି

0

ଭୁବନେଶ୍ୱର,୧୧।୧(ବ୍ୟୁରୋ): ରାଜ୍ୟରେ ମକର ସଂକ୍ରାନ୍ତି ଓ ପୋଙ୍ଗଲ୍‌ ପାଳନ ଉପରେ ଲାଗିଲା କଟକଣା। ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଙ୍ଗଳବାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ସାଧାରଣତଃ ଏହି ଅବସରରେ ଶ୍ରଦ୍ଧାଳୁମାନେ ନଦୀ, ପୁଷ୍କରିଣୀ ଆଦି ନିକଟରେ ଭିଡ଼ ଜମାଇ ବୁଡ଼ ପକାଇଥାନ୍ତି। ହେଲେ ଏଥର ଏସବୁକୁ ବାରଣ କରାଯାଇଛି। ଏହାଛଡ଼ା ମନ୍ଦିରରେ ସର୍ବସାଧାରଣଙ୍କ ପୂଜାର୍ଚ୍ଚନାକୁ ମନା କରାଯାଇଛି। ସମସ୍ତଙ୍କୁ ଘରେ ରହି ମକର ସଂକ୍ରାନ୍ତି ଓ ପୋଙ୍ଗଲ୍‌ ପର୍ବ ପାଳନ କରିବାକୁ ଜନସାଧାରଣଙ୍କୁ ଏସ୍‌ଆର୍‌ସି ଅନୁରୋଧ କରିଛନ୍ତି। କୋଭିଡ ସଂକ୍ରମଣକୁ ଦେଖି ଗହଳି ନ କରିବାକୁ ପରାମର୍ଶ ଦିଆଯାଇଛି। ମକର ମେଳାରେ ଉତ୍ସବ ପାଳନ କରିବା ସମ୍ପୂର୍ଣ୍ଣ ବାରଣ ହୋଇଛି। ଧର୍ମାନୁଷ୍ଠାନରେ କେବଳ ରୀତିନୀତି କରିବାକୁ ଅନୁମତି ପ୍ରଦାନ କରାଯାଇଛି।

ଏଥିରେ ଅବହେଳା ବା ନିୟମ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଏନେଇ ସବୁ ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ପୌର କମିଶନର ଓ କଟକ-ଭୁବନେଶ୍ୱର ଟ୍ବିନ୍‌ ସିଟି ପୋଲିସ କମିଶନରଙ୍କୁ ମଧ୍ୟ ସୂଚିତ କରାଯାଇଥିବା ସେ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.