banner
Breaking

ଆଜିଠାରୁ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ କାର୍ଯ୍ୟାଳୟ

0

ଭୁବନେଶ୍ୱର,୭/୧(ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ବୁଧବାରର ନୂଆ ନିର୍ଦେଶନାମା ଜାରି ପରେ ଶୁକ୍ରବାରଠାରୁ ୩୧ ଜାନୁଆରୀ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ଓ ଅଧସ୍ତନ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି। ରାଜ୍ୟ ନିର୍ବାଚନ ଆୟୋଗ ଏବଂ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସହ ସଂଶ୍ଳିଷ୍ଟ ସମସ୍ତ କାର୍ଯ୍ୟାଳୟ, ଏସଆରସି ଓ ଓସଡମା କାର୍ଯ୍ୟାଳୟ, ପୁଲିସ, ଅଗ୍ନିଶମ ସେବା, ସ୍ବାସ୍ଥ୍ୟ ଓ ପୌର ସେବା କାର୍ଯ୍ୟାଳୟକୁ ଏହି ନିର୍ଦେଶନାମାରୁ ବାଦ ଦିଆଯାଇଛି। ତେବେ ଅନୁ ସଚିବ ଓ ତାଙ୍କ ଉପରିସ୍ଥ ପାହ୍ୟାର ସମସ୍ତ ଅଧିକାରୀ ପ୍ରତିଦିନ କାର୍ଯ୍ୟାଳୟ ଆସିବେ। ଓପିଏସସି, ଓଏସଏସସି, ଓଏସଏସଏସସି ପରି କର୍ମଚାରୀ ନିୟୋଜନ କାର୍ଯ୍ୟାଳୟ ୭୫% କର୍ମଚାରୀରେ ଚାଲିବ। ଯେଉଁ କର୍ମଚାରୀ ପାଳି (ରୋଷ୍ଟର) ଅନୁଯାୟୀ କାମ ନ କରୁଥିବେ ସେମାନେ ଘରୁ ସଞ୍ଚାର ମାଧ୍ୟମରେ କାମ କରିବା ଏବଂ ସବୁ ସମୟରେ ଟେଲିଫୋନ ଯୋଗଯୋଗରେ ରହିବାକୁ ନିର୍ଦେଶ ରହିଛି। ଭିନ୍ନକ୍ଷମ ଓ ଗର୍ଭବତୀଙ୍କୁ ଏହି ସମୟରେ କାର୍ଯ୍ୟରୁ ନିବୃତ ରଖାଯାଇଛି। ତେବେ କୌଣସି କାର୍ମଚାରୀ ଏହି ସମୟରେ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ ବୋଲି ନିର୍ଦେଶ ରହିଛି।

Khansweb Solution Bhubaneswar

Leave A Reply

Your email address will not be published.