banner
Breaking

ଆଜି ଦାୟିତ୍ୱ ନେବେ ନୂଆ ପୋଲିସ ମହାନିର୍ଦ୍ଦେଶକ

0

କଟକ,୩୧/୧୨(ବ୍ୟୁରୋ) : ଓଡ଼ିଶାର ନୂତନ ପୁଲିସ ମହାନିର୍ଦେଶକ ଭାବେ ନିଯୁକ୍ତି ପାଇଥିବା ୧୯୮୭ ବ୍ୟାଚର ଆଇପିଏସ୍‌ ସୁନୀଲ କୁମାର ବଂଶଲ ଶୁକ୍ରବାର ଦାୟିତ୍ବ ନେବେ। ଗୁରୁବାର ଶ୍ରୀ ବଂଶଲ ରାଜଧାନୀରେ ପହଞ୍ଚିଛନ୍ତି ।
ଶୁକ୍ରବାର ଅପରାହ୍ଣରେ ବକ୍ସିବଜାରସ୍ଥିତ ପୁଲିସ ମୁଖ୍ୟାଳୟରେ ଶ୍ରୀ ବଂଶଲ ପହଞ୍ଚି ବିଧିବଦ୍ଧ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ ବୋଲି କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏନେଇ ସମସ୍ତପ୍ରକାର ବନ୍ଦୋବସ୍ତ ହୋଇଥିବା ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ୧୯୮୬ ବ୍ୟାଚର ଆଇପିଏସ୍‌ ଅଭୟଙ୍କ କାର୍ଯ୍ୟକାଳର ଆଜି ଶେଷ ଦିବସ । ନୂଆ ବର୍ଷ ପୂର୍ବରୁ ନୂତନ ମହାନିର୍ଦେଶକ ଭାବେ ଶ୍ରୀ ବଂଶଲ ଦାୟିତ୍ବ ନେବେ। ନୂଆ ବର୍ଷରୁ ଶ୍ରୀ ବଂଶଲ ତାଙ୍କ କାର୍ଯ୍ୟାରମ୍ଭ କରିବେ। ୨୦୨୨ ଜୁନ୍‌ ମାସରେ ଶ୍ରୀ ବଂଶଲଙ୍କ ଚାକିରି କାଳର ୬୦ ବର୍ଷ ପୂରଣ ହେଉଛି। କେନ୍ଦ୍ର ଲୋକ ସେବା ଆୟୋଗ ନିୟମ ଅନୁସାରେ ଜଣେ ପୁଲିସ ମହାନିର୍ଦେଶକ ଅତିକମ୍‌ରେ ୨ ବର୍ଷ ଚାକିରି କରିବେ। ତେଣୁ ନିୟମ ଅନୁସାରେ ରାଜ୍ୟ ସରକାର ଶ୍ରୀ ବଂଶଲଙ୍କ କାର୍ଯ୍ୟକାଳ ବୃଦ୍ଧି କରିବେ ବୋଲି ଜଣାପଡ଼ିଛି। ଶ୍ରୀ ଅଭୟଙ୍କର କାର୍ଯ୍ୟକାଳକୁ ମଧ୍ୟ ରାଜ୍ୟ ସରକାର ବୃଦ୍ଧି କରିଥିଲେ।
ଗୁରୁବାର ପ୍ରାୟ ରାତି ୯ଟାରେ ଭୁବନେଶ୍ବର ବିମାନବନ୍ଦରରେ ଶ୍ରୀ ବଂଶଲ ପହଞ୍ଚିବା ପରେ ପୁଲିସ ଆୟୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀ, ଉପାୟୁକ୍ତ ଡ. ଉମାଶଙ୍କର ଦାଶ ପ୍ରମୁଖ ତାଙ୍କୁ ସ୍ବାଗତ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.