banner
Breaking

ସମସ୍ତେ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ।

0

ଭୁବନେଶ୍ୱର, ୧୩।୪(ବ୍ୟୁରୋ): ସାରା ଦେଶରେ ପୁଣି ଥରେ କରୋନା ମହାମାରୀ ବ୍ୟାପୁଥିବା ବେଳେ ମାସ୍କ ବ୍ୟବହାରକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି। ମୁଖ୍ୟମନ୍ତ୍ରୀ ସୋମବାର ଟୁଇଟ୍‌ କରି କହିଛନ୍ତି, ସେ ସବୁବେଳେ ମାସ୍କ ବ୍ୟବହାର କରୁଛନ୍ତି। ଅନ୍ୟମାନେ କ’ଣ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ସବୁବେଳେ ମାସ୍କ ବ୍ୟବହାର କରି କରୋନାଠାରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଲକାତାରୁ ସୋମବାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ସରକାରଙ୍କ କୋଭିଡ୍‌ ନିୟମ ଅନୁସାରେ ନିଜର ଆର୍‌ଟି ପିସିଆର୍‌ ଟେଷ୍ଟ ରିପୋର୍ଟ ଦେଖାଇଥିବା ଟୁଇଟ୍‌ କରି କହିଛନ୍ତି। ଏହାସହ ସେ ରାଜ୍ୟବାସୀଙ୍କୁ ସର୍ବଦା ମାସ୍କ ପିନ୍ଧିବା ସହ ସତର୍କ ରହିବା ଓ କୋଭିଡ୍‌ ନିୟମ ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏ ସମ୍ପର୍କରେ ଧର୍ମେନ୍ଦ୍ର ଟୁଇଟ୍‌ କରି କହିଛନ୍ତି, ଆଜି କୋଲକାତାରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ସରକାରଙ୍କ କୋଭିଡ୍‌ ନିୟମ ଅନୁସାରେ ସେ ତାଙ୍କ ଆର୍‌ଟିପିସିଆର୍‌ ରିପୋର୍ଟ ଦେଖାଇଲେ। କରୋନା ମହାମାରୀ ସମୟରେ ନିଜେ ସତର୍କ ରହିବା ଏବଂ ନିଜେ ନିଜ ଦାୟିତ୍ୱକୁ ପାଳନ କରିବା ବୋଲି ସେ ଦର୍ଶାଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.