banner
Breaking

କାଲିଠାରୁ ବଡ଼ିପରେ ମୋବାଇଲ କଲରେଟ।

0

ନୂଆଦିଲ୍ଲୀ,୩୦ା୧୧: ବର୍ଷର ଶେଷ ମାସ ଅର୍ଥାତ ଡିସେମ୍ବର ୧ରୁ ବଦଳିଯିବ ମୋବାଇଲ୍ ବିଲ ସହ ଜଡିତ ନିୟମ । ଏଣିକି କଲ୍ ପାଇଁ ଅଧିକ ଟଙ୍କା ଗଣିବାକୁ ପଡିବ । କାଲିଠୁ ମହଙ୍ଗା ହେବାକୁ ଯାଉଛି ମୋବାଇଲ୍ କଲ୍ । ଆଇଡିଆ, ଏୟାରଟେଲ୍, ଭୋଡାଫୋନ୍ ସମେତ ଜିଓର ଟାରିଫ ପ୍ଲାନରେ ବୃଦ୍ଧି କରାଯିବ । ଏହି ଟେଲିକମ୍ କମ୍ପାନୀଗୁଡିକ ନିଜର ଟାରିଫ୍ ପ୍ଲାନ ୧୦ରୁ ୧୫ ପ୍ରତିଶତକୁ ବୃଦ୍ଧି କରିପାରନ୍ତି ବୋଲି ଜଣାପଡିଛି।
ପ୍ରକାଶ ଥାଉକି ଏଜିଆର କାରଣରୁ ଅଧିକାଂଶ ଟେଲିକମ୍ କମ୍ପାନୀ ହଜାର ହଜାର କୋଟି ଟଙ୍କାର କ୍ଷତି ସହିଛନ୍ତି । ଏଥିପାଇଁ ଆପଣଙ୍କ ପକେଟରୁ ଏଣିକି ଅଧିକ ଟଙ୍କା ନେବେ ଟେଲିକମ୍ କମ୍ପାନୀ । ପୂର୍ବରୁ ଜିଓ ତାର ଟାରିଫ୍ ପ୍ଲାନରେ ବୃଦ୍ଧି କରିସାରିଛି । ନନ୍ ଜିିଓ କଲିଙ୍ଗ ଉପରେ ମାଗଣା ସେବା ହଟାଇବା ସହ ଟାରିଫ୍ ପ୍ଲାନରେ ବୃଦ୍ଧି କରିଥିଲା ରିଲାଏନ୍ସ ଜିଓ । ଆଉ ଏବେ ପୁଣି ଥରେ ଜିଓ ସମେତ ଆଉ ତିନୋଟି ଟେଲିକମ୍ କମ୍ପାନୀ ଗୁଡିକ କାଲିଠୁ ନିଜ ଟାରିିଫ୍ ପ୍ଲାନରେ ବୃଦ୍ଧି କରିବାକୁ ଯାଉଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.