banner
Breaking

ବନ୍ୟାଞ୍ଚଳ ବୁଲି ଦେଖିଲେ କେନ୍ଦ୍ରୀୟ ଟିମ୍।

0

ଭୁବନେଶ୍ୱର,୧୬ା୯(ଓଡ଼ିଆ ନ୍ୟୁଜ): ଓଡ଼ିଶାର ବନ୍ୟା କ୍ଷୟକ୍ଷତି ଆକଳନ କରିବାକୁ ବୁଧବାର ୭ ଜଣିଆ କେନ୍ଦ୍ରୀୟ ଟିମ୍‌ ଭୁବନେଶ୍ୱରରେ ପହଞ୍ଚିଛନ୍ତି। କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଯୁଗ୍ମ ସଚିବ(ବାମପନ୍ଥୀ ଉଗ୍ରବାଦ ମୁକାବିଲା ବ୍ୟାପାର) ପ୍ରବୀଣ ବଶିଷ୍ଠଙ୍କ ନେତୃତ୍ୱରେ ଏକ ଅନ୍ତଃ ମନ୍ତ୍ରଣାଳୟ ୭ ଜଣିଆ କେନ୍ଦ୍ରୀୟ ଟିମ୍‌ ଆସିଛନ୍ତି। ଏହି ଟିମ୍‌ ଦୁଇଦିନ ରାଜ୍ୟର ଅଧିକ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି କ୍ଷୟକ୍ଷତି ଆକଳନ କରିବେ। ବନ୍ୟାରେ କ୍ଷତିଗ୍ରସ୍ତ ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ପୁରୀ ଜିଲା ପରିଦର୍ଶନ କରିବେ। ବନ୍ୟା ପ୍ରଭାବିତ ୪ ଜିଲାକୁ କେନ୍ଦ୍ରୀୟ ଟିମ୍‌ ଦୁଇଟି ଭାଗରେ ବିଭକ୍ତ ହୋଇ ଗସ୍ତ କରିଛନ୍ତି । ଗୋଟିଏ ଟିମ୍‌ ଭଦ୍ରକ ଓ ଯାଜପୁର ଗସ୍ତ କରିଥିବା ବେଳେ ଅନ୍ୟ ଟିମ୍‌ କେନ୍ଦ୍ରାପଡ଼ା ଓ ପୁରୀ ଜିଲା ଗସ୍ତ କରିଛନ୍ତି ।
ବଶିଷ୍ଠଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ବୁଧବାର ଭଦ୍ରକ ଜିଲା ପ୍ରଶାସନ ସହ ଧାମନଗର ବ୍ଲକର ବୟାଙ୍ଗଡିହୀ, କୋଠାର ଅଞ୍ଚଳ ବୁଲି ଦେଖିଥିଲେ। କେତେ ଜଣ ଚାଷୀଙ୍କ ସହ ଅନୁଧ୍ୟାନକାରୀ ଟିମ୍‌ ଆଲୋଚନା କରିଥିଲେ। ପରେ ଜିଲାପାଳ ଜ୍ଞାନ ରଞ୍ଜନ ଦାସ ଓ ଜିଲାସ୍ତରୀୟ ଅଧିକାରୀମାନଙ୍କ ସହ ସ୍ଥାନୀୟ ପାନ୍ଥଶାଳା ସଭାଗୃହରେ ସମୀକ୍ଷା କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.