banner
Breaking

କମିଲା ପେଟ୍ରୋଲ ଓ ଡିଜେଲ ଦର।

0

ନୂଆଦିଲ୍ଲୀ,୧୨/୯(ଓଡ଼ିଆ ନ୍ୟୁଜ): ଲଗାତାର ଅନେକ ଦିନ ଧରିି ବଢିବା ପରେ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ଗତ ତିନିଦିନ ହେଲା ହ୍ରାସ ପାଉଛି । ଆଜି ପେଟ୍ରୋଲ ଦର ୧୩ ପଇସା ଓ ଡିଜେଲ ୧୨ ପଇସା ହ୍ରାସ ପାଇଛି।
ଦେଶରେ ପେଟ୍ରୋଲ୍‌ ଓ ଡିଜେଲ୍‌ ହ୍ରାସ ପାଇବା ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୧ ଟଙ୍କା ୮୬ ପଇସା ଓ ଡିଜେଲ ଲିଟର ପିଛା ୭୨ ଟଙ୍କା ୯୩ ପଇସାକୁ ବୃଦ୍ଧି ପାଇଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୮୮ ଟଙ୍କା ୫୧ ପଇସା ଓ ଡିଜେଲ ୭୯ ଟଙ୍କା ୪୫ ପଇସାରେ ପହଞ୍ଚିଛି। ତୈଳ ଦର ହ୍ରାସ ପରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଟ.୮୨.୪୧ ଓ ଡିଜେଲ ଟ. ୭୯.୩୫ ରେ ବିକ୍ରି ହେଉଛି । ତେବେ ଭାଟ୍‌ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ ବୋଲି ଜଣାପଡ଼ିଛି।

Khansweb Solution Bhubaneswar

Leave A Reply

Your email address will not be published.