banner
Breaking

ରାଜ୍ୟରେ ଜାରିହେଲା ଅନଲକ୍-୩ ଗାଇଡଲାଇନ୍।

0

ଭୁବନେଶ୍ୱର,୩୧/୭(ଓଡ଼ିଆ ନ୍ୟୁଜ): ରାଜ୍ୟର ଅନଲକ୍ ୩ ସମ୍ପର୍କ ରେ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ କହିଛନ୍ତି, ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ସକ୍ରିୟ ହାର କମ୍ ଅଛି । ସୁସ୍ଥ ହାର ଅଧିକ ରହିଛି । ପ୍ରାୟ ସାଢେ ୪ ମାସ ହେଲା କରୋନା ମୁକାବିଲାରେ ଭଲ ଫଳ ମିଳିଛି । ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟରେ ହଟସ୍ପଟ୍ ଅଞ୍ଚଳରେ ପଜିଟିଭ୍ ହାର କମିଛି । ଧିରେଧିରେ କିଛି ଜିଲ୍ଲା ଗ୍ରୀନ୍ ଜୋନ୍ ହେଉଛି । ଏବେବି ଅନେକ ଚ୍ୟାଲେଞ୍ଚ ରହିଛି । ଜୀବନ ଜୀବିକା ସାଧାରଣ କରିବାକୁ ପଡିବ । ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯିବ । ୯୦ ପ୍ରତିଶତ ଏହାକୁ ମାନୁଛନ୍ତି । ଅନେକ କଟକଣା ସତ୍ୱେ ମୃତ୍ୟୁ ହେଉଛି । ଯେଉଁମାନେ କଟକଣା ମାନୁ ନାହାଁନ୍ତି ସେମାନେ ବିପଦ ଆଣୁଛନ୍ତି ।
ଶ୍ରୀ ତ୍ରିପାଠୀ ଆହୁରି ମଧ୍ୟ କହିଛନ୍ତି, ପୂର୍ବଭଳି ସାଧାରଣ ସ୍ଥାନରେ ଛେପ ପକାଇଲେ ଫାଇନ୍ ପଡିବ । ଏପରିକି ମାସ୍କ ନପିନ୍ଧିଲେ ପ୍ରଥମ ଦୁଇଥରରେ ୧୦୦୦ ଟଙ୍କା ଓ ତୃତୀୟ ଥର ୫୦୦୦ ଟଙ୍କା ଫାଇନ୍ ପଡିବ । ବିବାହ ପାଇଁ ଏବେ ଆଇନ ନମାନିଲେ ୧୦ ହଜାର ଟଙ୍କା ଫାଇନ ଦେବାକୁ ପଡିବ । ଏପରିକି ବିବାହ ମଣ୍ଡପ ସିଲ୍ ହେବା ନେଇ ମଧ୍ୟ ନିୟମ ହେବ । ୧୦ ଜଣଠୁ ବେଶୀ କୌଣସି ସାଧାରଣ ସ୍ଥାନରେ ଗହଳି କରିପାରିବେ ନାହିଁ । ନିୟମ ନମାନିଲେ ୧୦ ହଜାର ଟଙ୍କା ଫାଇନ୍ ଲାଗିବ । ସମସ୍ତ ଅଫିସ୍, ଦୋକାନ ବଜାର ଖୋଲିବ । ତେବେ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବା ଜରୁରୀ । ନଚେତ ୧୦ ହଜାର ଟଙ୍କା ଫାଇନ୍ ଓ ଦୋକାନକୁ ଗୋଟିଏ ମାସ ଯାଏଁ ସିଲ୍ ହେବ ।

ସେହିପରି ଏସଆରସି ପ୍ରଦୀପ ଜେନା ସୂଚନା ପ୍ରଦାନ କରି କରିଛନ୍ତି । ସେ କହିଛନ୍ତି, କଣ୍ଟେନମେଣ୍ଟ୍ ଜୋନରେ କେବଳ ଲକଡାଉନ୍ ରହିବ । ଏହି ଅଞ୍ଚଳରେ ସାଧାରଣ ଚଳାଚଳ ଉପରେ ରୋକ୍ ଲାଗିବ । ରାଜ୍ୟରେ ସବୁଠି ଧାର୍ମିକ ଅନୁଷ୍ଠାନ, ଆନ୍ତର୍ଜାତୀୟ ବିମାନ ଚଳାଚଳ, ସିନେମା ହଲ୍, ସ୍ୱିମିଂ ପୁଲ ଆଦି ବନ୍ଦ ରହିବ । ସାମାଜିକ, ରାଜନୈତିକ, ଧାର୍ମିକ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ରହିବ । ସେହିପରି ଅଗଷ୍ଟ ୩୧ ଯାଏଁ ସ୍କୁଲ, କଲେଜ ଆଦି ଖୋଲାଯିବ ନାହିଁ । କିନ୍ତୁ ଏହି ସମୟରେ ପରୀକ୍ଷା ହେବ, ଖାତା ଦେଖା ହେବ । ଅଗଷ୍ଟ ୫ରୁ ଯୋଗ ସେଣ୍ଟର, ଜିମ୍ ଖୋଲିବ । ସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀରେ କାମ ହେବ । ରାଜ୍ୟ ବାହାରୁ କେହି ୩ ଦିନରୁ କମ୍ ସମୟ ପାଇଁ ଆସିଲେ କ୍ୱାରେଣ୍ଟାଇନରେ ରହିବେ ନାହିଁ । ଅନ୍ୟାମାନଙ୍କ ପାଇଁ ନିୟମ ଲାଗୁ ହେବ ।

ସେହିପରି କରୋନା ଯୋଦ୍ଧା ଯେଭଳି କାମ କରୁଛନ୍ତି ତାହା ପ୍ରଶଂସନୀୟ । ଜୀବିକାକୁ ମଧ୍ୟ ଗୁରୁତ୍ୱ ଦେବାକୁ ପଡିବ । କଣ୍ଟେନମେଣ୍ଟ୍ ଜୋନରେ କେବଳ ଲକଡାଉନ୍ ରହିବ । ଏହି ଅଞ୍ଚଳରେ ସାଧାରଣ ଚଳାଚଳ ଉପରେ ରୋକ୍ ଲାଗିବ । ତେବେ ଗାଇଡଲାଇନ୍ ପାଳନ ବାଧ୍ୟତାମୂଳକ । ରାତି ୯ରୁ ସକାଳ ୫ଟା ଯାଏଁ ଦୋକାନ, ବଜାର, ସାଧାରଣ ଚଳାଚଳ ଉପରେ କଟକଣା ଲାଗିଛି । କେବଳ ଜରୁରୀକାଳିନ ସେବା ଜାରି ରହିବ । ନାଇଟ୍ କର୍ଫ୍ୟୁ ପାଇଁ ରାସ୍ତା କଡ ଢାବା ଖୋଲା ରହିବ । ମାତ୍ର ବସିକି ଖାଇ ହେବ ନାହିଁ । ଅଗଷ୍ଟ ୧ ଓ ୨ ତାରିଖରେ ଦିନ ୧ଟାରୁ ସଟଡାଉନ୍ ରହିବ । ସକାଳ ୫ରୁ ଦିନ ୧ଟା ଯାଏଁ ଦୋକାନ ବଜାର ଅଫିସ୍ ଚାଲିବ । ସାଧାରଣ ସ୍ୱାସ୍ଥ୍ୟକୁ ନଜରରେ ରଖି ଗଞ୍ଜାମ, ଖୋର୍ଧା, ଗଜପତି, କଟକ ଓ ରାଉରକେଲା ମ୍ୟୁନିସିପାଲରେ ଅଗଷ୍ଟର ଶନିବାର ଓ ରବିବାର ସଟଡାଉନ୍ ରହିବ । ସଟଡାଉନରେ ଜରୁରୀକାଳିନ ସେବା ଜାରି ରହିବ । ଜରୁରୀକାଳିନ ସେବା ଯୋଗାଉଥିବା କର୍ମଚାରୀ ମଧ୍ୟ ଯାତାୟାତ କରିପାରିବେ । ପେଟ୍ରୋଲ ପମ୍ପ ଖୋଲା ରହିବ । ସଟଡାଉନ୍ ସମୟରେ ଟେଲିକମ୍, ବିଜୁଳି ସେବା, ସରକାରୀ ଅଧିକାରୀ ଆଦି ନାଇଟ୍ କର୍ଫ୍ୟୁ ସମୟରେ ଯାଇପାରିବେ । ସାଧାରଣ ବ୍ୟକ୍ତି କେବଳ ଜରୁରୀକାଳିନ କାମରେ ଯାଇପାରିବେ । ଔଷଧ ଦୋକାନର କର୍ମଚାରୀମାନେ ଯାଇପାରିବେ । ଓଲା, ଉବେର ଆଦି ବିମାନ ବନ୍ଦର ଓ ଷ୍ଟେସନରୁ ଗନ୍ତବ୍ୟସ୍ଥଳୀକୁ ଯାଇପାରିବେ । ତେବେ ବୋର୍ଡିଂ ପାସ୍‌କୁ ମୁଭମେଣ୍ଟ୍ ପାସ୍ ବିବେଚନା ହେବ । ପରିବହନ ସେବା ଜାରି ରହିବ । ବସ୍ ଟର୍ମିନାଲ, ଷ୍ଟେସନ, ବିମାନ ବନ୍ଦର କର୍ମଚାରୀ କାମ କରିପାରିବେ । ଖାଦ୍ୟ ଓ ରାସନ ସାମଗ୍ରୀର ହୋମ୍ ଡେଲିଭରୀ ହେବ ।

Khansweb Solution Bhubaneswar

Leave A Reply

Your email address will not be published.