banner
Breaking

କ୍ବାରେଣ୍ଟାଇନ ନିୟମ ଭାଙ୍ଗିଲେ ହେବ କାର୍ଯ୍ୟାନୁଷ୍ଠାନ-ଡିଜିପି

0

ଭୁବନେଶ୍ବର,୪/୫(ଓଡ଼ିଆ ନ୍ୟୁଜ): ଆମ ଆତିଥେୟତାକୁ ଦୁର୍ବଳତା ବୋଲି ଭାବନ୍ତୁ ନାହିଁ । କ୍ୱାରେଣ୍ଟାଇନରେ ଥିବା ପ୍ରବାସୀ ନିୟମ ଉଲ୍ଲଂଘନ କଲେ ସହ୍ୟ କରାଯିବନାହିଁ । ସହୃଦୟତାର ସହ ସେମାନଙ୍କୁ ଆମେ ଦେଉଥିବା ସୁବିଧା, ସୁଯୋଗକୁ ଅପବ୍ୟବହାର କରନ୍ତୁନି । ଯଦି, କେହି ବିଶୃଙ୍ଖଳିତ ଆଚରଣ କରେ ତାକୁ କଠୋର ଭାବ ଦମନ କରାଯିବ । କ୍ବାରେଣ୍ଟାଇନ ସେଣ୍ଟରରେ କିଛି ଅମାନିଆ ଓ ଅବୋଲକରା ପ୍ରବାସ ଫେରନ୍ତାଙ୍କୁ ଏପରି ଚେତାବନୀ ଦେଇଛନ୍ତି ପୁଲିସ ମହାନିର୍ଦେଶକ ଅଭୟ ।ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍ଡ଼ାଉନ ଲାଗୁ ହୋଇଥିବାବେଳେ ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ଫେରୁଛନ୍ତି ପ୍ରବାସୀ ଓଡ଼ିଆ । ସେମାନଙ୍କ ପାଇଁ କ୍ବାରେଣ୍ଟାଇନ ଓ ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଛି । ମାତ୍ର କିଛି ସ୍ଥାନରେ କ୍ବାରେଣ୍ଟାଇନ ସେଣ୍ଟରରେ ଅନ୍ତେବାସୀମାନେ ନିୟମ ଭାଙ୍ଗି ଲୁଚି ଘରକୁ ପଳାଉଛନ୍ତି ଏବଂ ଦିଆଯାଉଥିବା ଖାଦ୍ୟ ଫିଙ୍ଗୁଥିବା ଦେଖାଯାଇଛି । ଏହାକୁ ଅତ୍ୟନ୍ତ ଗୁରତର ସହ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ପ୍ରଥମେ ମୁଖ୍ୟମନ୍ତ୍ରୀ, ପରେ କୋବିଦ ୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଏ ସମ୍ପର୍କରେ ଲୋକମାନଙ୍କୁ ସତର୍କ କରାଇ ଦେଇଛନ୍ତି । ଏବେ ପୁଲିସ ଡ଼ିଜି ଶ୍ରୀ ଅଭୟ ଟ୍ବିଟ୍ କରି ଏପରି ଲୋକମାନଙ୍କୁ ସତର୍କ କରାଇ ଦେଇଛନ୍ତି । କ୍ବାରେଣ୍ଟାଇନରେ କୌଣସି ଅନିୟମିତତାକୁ ବରଦାସ୍ତ କରାଯିବ ନାହିଁ ଓ ନିୟମ ଭାଙ୍ଗିଲେ କଠୋର କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରସ୍ତୁତ ରହିବାକୁ ଡ଼ିଜି ଚେତାବନୀ ଦେଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.