banner
Breaking

ରାସନକାର୍ଡ ନଥିବା ଲୋକଙ୍କୁ ବି ମିଳିବ କିରାସିନି।

0

ଭୁବନେଶ୍ୱର ୨୪/୪(ଓଡ଼ିଆ ନ୍ୟୁଜ): କରୋନା ଭୂତାଣୁ ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ହୋଇଛି । ସବୁ ବର୍ଗର ଲୋକ ବିଭିନ୍ନ ସମସ୍ୟା ମଧ୍ୟରେ ଜୀବନ ଅତିବାହିତ କରୁଛନ୍ତି।ରାସନ କାର୍ଡଧାରୀ ମାନଙ୍କୁ କିରାସିନି ଯୋଗାଇ ଦିଆଯାଉଛି। ଏଭଳି ସମୟରେ ଅଣରାସନ୍‌ କାର୍ଡଧାରୀଙ୍କୁ ଘରୋଇ ବ୍ୟବହାର ପାଇଁ କିରାସିନି ମିଳିବ ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି । ଏହାଦ୍ୱାରା ପ୍ରାୟ ୧୭ ଲକ୍ଷରୁ ଅଧିକ ଅଣରାସନ୍‌ କାର୍ଡଧାରୀ ପରିବାର ଉପକୃତ ହେବେ । ଜିଲ୍ଲାରେ ମାର୍ଚ୍ଚ ୨୦୨୦ରେ କିରାସିନି ପାଇଁ ଧାର୍ଯ୍ୟ ହୋଇଥିବା ଦର ହିସାବରେ ଖାଉଟିଙ୍କୁ ପ୍ରତି ପରିବାର ପିଛା ୨ ଲିଟର ଲେଖାଏଁ କରାସିନି ଯୋଗାଇ ଦିଆଯିବ ।

ଏନେଇ ମନ୍ତ୍ରୀ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି। ଏହାପରେ ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାରେ ଉପଲବ୍ଧ ହେଉଥିବା କିରାସିନିକୁ ଅଣରାସନ୍‌ କାର୍ଡଧାରୀଙ୍କୁ ବିକ୍ରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ କିରାସିନି ବଣ୍ଟନ ପ୍ରକ୍ରିୟା ଶେଷ ହେବା ପରେ ଏ ସମ୍ପର୍କରେ ରିପୋର୍ଟ ଦେବାକୁ କୁହାଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.