banner
Breaking

ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗକୁ ସ୍ବଭାବିକ କରିବା ପାଇଁ ପଦକ୍ଷେପ ନେଲେ ମନ୍ତ୍ରୀ ଅରୁଣ ସାହୁ।

0

ଭୁବନେଶ୍ୱର,୧୭/୪(ଓଡ଼ିଆ ନ୍ୟୁଜ): କରୋନା ଭୟରେ ଲୋକମାନେ ମାଛ କୁକୁଡ଼ା ମାଂସ ଓ ଅଣ୍ଡା ଠାରୁ ଦୁରେଇ ଯାଇଥିଲେ।ଫଳରେ କୁକୁଡ଼ା ଗୋଟି ୧୦ ଟଙ୍କାରେ ବିକି ଚାଷୀମାନେ ତଳି ତଳାନ୍ତ ହୋଇଯାଇଥିଲେ। ଏତିକିବେଳେ ବିଭାଗୀୟ ମନ୍ତ୍ରୀ ଗଣମାଧ୍ୟମ ଜରିଆରେ ଲୋକଙ୍କ ଭ୍ରାନ୍ତ ଧାରଣା ଦୁର କରିବାରୁ ସ°ପୃକ୍ତ ଚାଷୀ ମାନେ ଆସ୍ବସ୍ଥି ଲାଭ କରିଥିଲେ।କିନ୍ତୁ ଲକଡାଉନ୍ ପାଇଁ କଟକଣା ଥିବାରୁ ଚାଷ କାର୍ଯ୍ୟ ଠିକରେ ହୋଇପାରୁନଥିଲା।ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗକୁ ରାଜ୍ୟ ସରକାର ଅତ୍ୟାବଶ୍ୟକ ଶ୍ରେଣୀରେ ସାମିଲ କରି ଏପ୍ରିଲ ୧୩ ତାରିଖରୁ କଟକଣାମୁକ୍ତ କରିବା ପରେ ଏହାକୁ ସ୍ବଭାବିକ ସ୍ଥିତିକୁ ଆଣିବାକୁ ପଦକ୍ଷେପ ନିଆଯାଉଛି ବୋଲି ବିଭାଗୀୟ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି।
କରୋନା ଆତଙ୍କକୁ ନେଇ ଲକଡ଼ାଉନ ଯୋଗୁ ଅନେକ ବିଭାଗରେ କାର୍ଯ୍ୟ ମାନ୍ଦା ପଡିଥିବା ବେଳେ କଟକଣାମୁକ୍ତ ହୋଇଥିବା ବିଭାଗରେ କାର୍ଯ୍ୟ ଆରମ୍ଭ ହୋଇଛି। ଶୁକ୍ରବାର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ସମୀକ୍ଷା କରି ମନ୍ତ୍ରୀ ଡ. ସାହୁ କହିଥିଲେ ଯେ ମାଛ, ମାଂସ, ଅଣ୍ଡା ଆଦିକୁ ଅତ୍ୟାବଶ୍ୟକ ଶ୍ରେଣୀରେ ସ୍ଥାନିତ କରି ମୁଖ୍ୟମନ୍ତ୍ରୀ ଏହି ବିଭାଗକୁ କଟକଣା ମୁକ୍ତ କରିଥିବାରୁ ଏହାକୁ ସ୍ବାଭାବିକସ୍ଥିତିକୁ ଆଣିବାକୁ ଉଦ୍ୟମ କରାଯାଉଛି। ଭିଡିଓ କନଫରନେସିଂ ଜରିଆରେ ଜିଲାର ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ସଦ୍ୟତମ ସ୍ଥିତି ବୁଝିବା ସହ ସଦର ମହକୁମା ଛାଡି ନଯିବାକୁ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦେଶ ଦେଇଥିଲେ। ସ୍ଥିତିରେ ସୁଧାର ଆଣିବା ଦିଗରେ ଜିଲା ଓ ତୃଣମୂଳସ୍ତରର ଅଧିକାରୀମାନଙ୍କ ସହ ଜିଲା ପାଇଁ ନିୟୋଜିତ ନୋଡାଲ ଅଫିସରମାନେ ପ୍ରତିଦିନ ସିଧାସଳଖ ଆଲୋଚନା କରିବେ। ଏ ନେଇ ମନ୍ତ୍ରୀ ଡ. ସାହୁ ନିର୍ଦେଶ ଦେଇଛନ୍ତି। କାର୍ଯ୍ୟକ୍ଷେତ୍ରରେ ସମଦୁରତ୍ବ ରକ୍ଷା କରିବାକୁ କୁହାଯାଇଥିବା ବେଳେ ମତ୍ସ୍ୟ ଓ ପଶୁସମ୍ପଦକୁ ନେଇ ଉଠୁଥିବା କିଛି ଭ୍ରାନ୍ତ ଧାରଣା ଉପରେ ଲୋକଙ୍କୁ ସଚେତନ କରିବାକୁ କୃଷି ଉତ୍ପାଦକ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ପରାମର୍ଶ ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.