banner
Breaking

ନବୀନ ନିବାସରେ ଧର୍ମେନ୍ଦ୍ର, ଶାହା, ମମତା ଓ ନବୀନଙ୍କ ଭୋଜନ ନେଇ ଚର୍ଚ୍ଚା।

0

ଭୁବନେଶ୍ୱର,୨୮/୨(ଓଡ଼ିଆ ନ୍ୟୁଜ) : ବର୍ତ୍ତମାନ ରାଜନୀତିରେ କେତେବେଳେ କଣବା ଘଟୁଛି ତାହା ଆଖିରେ ନଦେଖିବା ଯାଏ ବିଶ୍ୱାସ କରିବା କଷ୍ଟକର ହୋଇଗଲାଣି । ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଆସି ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିବା ପୂର୍ବାଞ୍ଚଳ ପରିଷଦର ବୈଠକରେ ଯୋଗ ଦେବା ପରେ ଗୃହମନ୍ତ୍ରୀ ନବୀନ ନିବାସ ଯାଇ ସେଠାରେ ଭୋଜନ କରିଛନ୍ତି। ଶାହାଙ୍କ ସହ ସେଠାରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଓ ଅନ୍ୟମାନେ ମଧ୍ୟ ରହିଥିଲେ। ଭୋଜନରେ ବହୁ ସୁସ୍ୱାଦୁ ଖାଦ୍ୟ ଯେପରି ପ୍ଲେନ ରାଇସ୍‌, ଫ୍ରାଏଡ୍‌ ରାଇସ, ଚିକେନ୍‌, ମଟନ୍‌, ଚିଙ୍ଗୁଡି , ମାଛ ତରକାରୀ (ଓଡ଼ିଶା ବେସର ଶୈଳୀ), ଆଳୁ ମଟର, ରୁଟି, ଟମାଟୋ ଚଟଣି, ପାମ୍ପଡ଼, ପନିର, ବାଇଗଣ ଭଜା, ବୁନ୍ଦି, ରସମଲେଇ , ଛେନାପୋଡ଼, ଆଦି ରହିଥିଲା ଏଥିସହ ଅତିଥିମାନଙ୍କୁ ଚାଉଳ ଖିରି, ରସଗୋଲା, ହାକା ନୁଡୁଲ୍ସ ଭଳି ପ୍ରାୟ ୫୦ ପ୍ରକାର ବ୍ୟଞ୍ଜନ ପରଷା ଯିବ ବୋଲି ଜଣାପଡ଼ିଛି। ଗୋଟିଏ ଟେବୁଲରେ ବସି ମଧ୍ୟାହ୍ନ ଭୋଜନ କରିବା ଜଣାପଡ଼ିବା ପରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

Khansweb Solution Bhubaneswar

Leave A Reply

Your email address will not be published.