banner
Breaking

ଭାରତର ପ୍ରଥମ ଦୃଷ୍ଟିହୀନ ଆଇଏଏସ୍ ହେଲେ କଲେକ୍ଟର।

0

ଥିରୁଭାନ୍ତପୁରମ,୧୪।୧୦: ଦେଶର ପ୍ରଥମ ଦୃଷ୍ଟିହୀନ ମହିଳା ଆଇଏଏସ୍‌ ଅଫିସର ପ୍ରାଞ୍ଜଳ ପାଟିଲ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ମହାରାଷ୍ଟ୍ର ଉଲ୍ଲାସନଗର ନିବାସି ପ୍ରାଞ୍ଜଳ କେରଳ କ୍ୟାଡରରେ ନିଯୁକ୍ତ ହେବାରେ ପ୍ରଥମ ଦୃଷ୍ଟିହୀନ ମହିଳା ଆଇଏଏସ୍‌ ଅଫିସର। ଏବେ ସେ ଥିରୁଭାନ୍ତପୁରମର ସବ୍‌ କଲେକ୍ଟର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, ପିଲାଦିନୁ ତାଙ୍କର ଦୃଷ୍ଟି ଶକ୍ତି କମ୍‌ ଥିବା ବେଳେ ମାତ୍ର ୬ ବର୍ଷ ବୟସରେ ସେ ସମ୍ପୂର୍ଣ୍ଣ ଭାବେ ଦୃଷ୍ଟିଶକ୍ତି ହରାଇ ବସିଥିଲେ। ହେଲେ ତାଙ୍କର ଦୃଢ ଇଚ୍ଛାଶକ୍ତି ବଳରେ ସେ ଆଜି ପ୍ରଥମ ଦୃଷ୍ଟିହୀନ ମହିଳା ଆଇଏଏସ୍‌ ହେବାର ଗୌରବ ଲାଭ କରିଛନ୍ତି

Khansweb Solution Bhubaneswar

Leave A Reply

Your email address will not be published.