banner
Breaking

ଓଡ଼ିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ।

0

ଭୁବନେଶ୍ୱର,୧୩ା୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବୁଧବାର ସାକ୍ଷାତ୍‌ କରି ବାଲେଶ୍ୱରରେ ପ୍ରତିଷ୍ଠା ହେବାକୁ ଥିବା ସମ୍ପ୍ରସାରଣ କେନ୍ଦ୍ର ପାଇଁ ଜମି ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ଏନେଇ କେନ୍ଦ୍ରମନ୍ତ୍ରୀ ଏକ ଚିଠି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ରାଷ୍ଟ୍ରମନ୍ତ୍ରୀ ଷଡଙ୍ଗୀ କହିଛନ୍ତି ଯେ, ରାଉରକେଲାରେ ଟୁଲ୍‌ ରୁମ୍‌ ଟ୍ରେନିଂ ସେଣ୍ଟର କରାଯିବ। ଏଥିପାଇଁ କେନ୍ଦ୍ର ସରକାର ୨୦୦କୋଟି ଟଙ୍କା ଖର୍ଚ୍ଚ କରିବେ। ଏଥିଲାଗି ରାଜ୍ୟ ସରକାର ଜମି ଯୋଗାଇ ଦେବେ। ସେହିପରି ୪ଟି ଜିଲାରେ ସମ୍ପ୍ରସାରଣ ସେଣ୍ଟର ହେବ। ବ୍ରହ୍ମପୁର, କେନ୍ଦୁଝର, କଳାହାଣ୍ଡି ଓ ବାଲେଶ୍ୱରରେ ହେବାକୁ ଥିବା ପ୍ରତ୍ୟେକ ସେଣ୍ଟରରେ ୨୦କୋଟି ଟଙ୍କା ଲେଖା ଖର୍ଚ୍ଚ ହେବ। ସାରା ଦେଶରେ ମୋଟ ୨୨୬ଟି ଏମ୍‌ଏସ୍‌ଏମ୍‌ଇ କ୍ଲଷ୍ଟର ହେବ। ସେଥିରୁ ଓଡିଶାରେ ୪୫ଟି କ୍ଲଷ୍ଟର କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
ଏହାସହ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଦେଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶରେ ୨୦ଟି ନୂତନ ବୈଷୟିକ କେନ୍ଦ୍ର ଏବଂ ୧୦୦ଟି ସମ୍ପ୍ରସାରଣ(ହବ୍‌ ଆଣ୍ଡ ସ୍ପୋକ ମଡେଲ)କେନ୍ଦ୍ର ପ୍ରତିଷ୍ଠା ହେବ। ଏଥିରୁ କେତୋଟି ସମ୍ପ୍ରସାରଣ କେନ୍ଦ୍ର ବୈଷୟିକ କେନ୍ଦ୍ର ଅଧୀନରେ ପ୍ରତିଷ୍ଠା କରାଯିବ। ଏନେଇ ମାର୍ଚ୍ଚ ୧୮ ୨୦୧୯ରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟର ଅତିରିକ୍ତ ଉନ୍ନୟନ କମିଶନର ମୁଖ୍ୟ ଶାସନ ସଚିବଙ୍କୁ ଏକ ଚିଠି ଲେଖିଥିଲେ। ସମ୍ପ୍ରସାରଣ କେନ୍ଦ୍ର ବାଲେଶ୍ୱରଠାରେ ମଧ୍ୟ ପ୍ରତିଷ୍ଠା ହେବା ଲାଗି ସ୍ଥାନ ଚିହ୍ନଟ କରାଯାଇଛି। ଏହି କେନ୍ଦ୍ର ସକାଶେ ଭିତ୍ତିଭୂମି ଏବଂ ଭଲ ସ୍ଥିତି ରହିଛି। ଏଥିପାଇଁ ପ୍ରାୟ ୫୦ହଜାର ସ୍କୋୟାର ଫିଟ୍‌ ସହ ପାଖାପାଖି ୧ ଏକର ମାଗଣା ଜମିର ଆବଶ୍ୟକତା ରହିଛି। ଶେଷ ୯ ମାସ ହେବ ଏଥିପାଇଁ ପ୍ରୟାସ ଚାଲିଥିଲେ ମଧ୍ୟ ଜମି ମିଳୁନାହିଁ। ଫଳରେ ସମ୍ପ୍ରସାରଣ କେନ୍ଦ୍ର ପ୍ରତିଷ୍ଠା ହେବାକୁ ବିଳମ୍ବ ହେଉଛି। ରାଜ୍ୟର ସ୍ବାର୍ଥ ସକାଶେ ଏଥିଲାଗି ସହଯୋଗ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.