banner
Breaking

୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ। ପତାକା ଉତ୍ତୋଳନ କଲେ ରାଜ୍ୟପାଳ।

0

ଭୁବନେଶ୍ୱର: ୭୧ତମ ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଭୁବନେଶ୍ୱର ଗାନ୍ଧୀମାର୍ଗରେ ସମ୍ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବା ସହ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଓଡ଼ିଶାକୁ ଦେଶର ଏକ ସମୃଦ୍ଧ ଏବଂ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପାଇଁ ସମସ୍ତେ ଶପଥ ନେବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆହ୍ୱାନ ଜଣାଇଛନ୍ତି। ଏଥିରେ ପ୍ରଥମ ଥର ପାଇଁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ଏବଂ ସବୁ ବର୍ଗର କଲ୍ୟାଣ ପାଇଁ ରାଜ୍ୟବାସୀଙ୍କ ସହଯୋଗ କାମନା କରିଛନ୍ତି।ଏହି ଅବସରରେ ଆୟୋଜିତ ପ୍ୟାରେଡ଼ରେ ୪୮ଟି ଟିମ୍‌ ଅଂଶ ଗ୍ରହଣ କରିଥିଲେ। ପ୍ୟାରେଡ଼ କମାଣ୍ଡର ଭାବରେ ଟ୍ରାଫିକ ଡିସିପି ସାଗରିକା ନାଥ ନେତୃତ୍ବ ନେଇଥିଲେ। ଏଥିରେ ୧୨୦ ବାଟାଲିୟନ୍‌, ସିଆରପି, ଆରପିଏଫ୍‌, ରାଜ୍ୟ ପୁଲିସର ଆଇଆର୍‌ ବାଟାଲିୟନ୍‌, ଓଏସ୍‌ଏପି, ସ୍ବତନ୍ତ୍ର ସୁରକ୍ଷା ବାଟାଲିୟନ, ଏସ୍‌ଓଜି, ବ୍ରାସ୍‌ବ୍ୟାଣ୍ଡ, ଓଏସ୍‌ଏଏଫ୍‌, ଓଆଇଏସ୍‌ଏଫ୍‌, ଏପିଆର, ଟ୍ରାଫିକ୍‌ ପୁଲିସ (ମହିଳା), ଅଗ୍ନିଶମ, ଓଡ୍ରାଫ୍‌, ହୋମ୍‌ଗାର୍ଡ, ସିଭିଲ୍‌ ଡିଫେନ୍ସ, ଏନ୍‌ସିସି, ସୈନିକ ସ୍କୁଲ ପ୍ରଦର୍ଶନ କରିଥିବା ବେଳେ ୨ଟି ଦଳ ଡେୟାର ଡେଭିଲ୍‌ ସୋ’ ସହ ଗୋଟିଏ ସ୍କେଟିଂ, ୪ଟି ସାଂସ୍କୃତିକ ସଂଗଠନର ଗୋଟିପୁଅ, ଯୋଡ଼ି ଶଙ୍ଖ, ସମ୍ବଲପୁରୀ, ବଣ୍ଡା ନୃତ୍ୟ ପରିବେଷଣ କରିଥିଲେ। ଚଳିତ ଥର ପ୍ୟାରେଡ଼ରେ ୧୨ଟି ପ୍ରଜ୍ଞାପନ ମେଢ଼ ଭାଗ ନେଇଥିଲେ। ରାଜ୍ୟସ୍ତରୀୟ ପ୍ୟାରେଡ ଦେଖିବା ପାଇଁ ଗାନ୍ଧୀ ମାର୍ଗରେ ପ୍ରାୟ ୨୦ହଜାର ଲୋକ ଉପସ୍ଥିତ ଥିଲେ।

ସାଧାରଣତନ୍ତ୍ର ଦିବସ ପାଇଁ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ନକ୍ସଲ୍‍ ପ୍ରଭାବିତ ଅଞ୍ଚଳରେ ଅନେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲା ଓ ସବ୍‍ଡିଭିଜନ୍‍ ସ୍ତରରେ ୨୦ ଜଣ ମନ୍ତ୍ରୀ, ୨ ଜଣ ରାଜସ୍ୱ ଆୟୁକ୍ତଙ୍କ ସମେତ ୧୦ ଜଣ ଜିଲ୍ଲାପାଳ ବିଭିନ୍ନ ସ୍ଥାନରେ ପତାକା ଉତ୍ତୋଳନ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.