banner
Breaking

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସପ୍ତବିଂଶ ତମ ବାର୍ଷିକ କ୍ରୀଡା ଉତ୍ସବ।

0

ଭୁବନେଶ୍ୱର,୨୦ ।୧୨(ଓଡ଼ିଆ ନ୍ୟୁଜ): ନୀଳାଦ୍ରି ବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସପ୍ତବିଂଶ ତମ ବାର୍ଷିକ କ୍ରୀଡା ଉତ୍ସବ ବିଦ୍ୟାଳୟର ସଂପାଦକ ଇନ୍ଦ୍ରମଣି ସେଣ୍ଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ଆନ୍ତର୍ଜାତୀୟ ମହିଳା ଭାରୋତ୍ତଳନ କାରିଣୀ ଝିଲ୍ଲୀ ଦଳବେହେରା ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଦ୍ୟାଳୟର କ୍ରୀଡା ପ୍ରତିଭାଗୀମାନଙ୍କୁ ଭବିଷ୍ୟତରେ ଜଣେ ଜଣେ ସଫଳ କ୍ରୀଡାବିତ୍ ହୋଇ ଦେଶର ଗୌରବ ବୃଦ୍ଧିରେ ସହାୟକ ହେବା ପାଇଁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ କେଦାର ନାଥ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବରିଷ୍ଠ ଆଚାର୍ଯ୍ୟ ସୁରେଶ ଚନ୍ଦ୍ର ବେହେରା ପରିଚାଳାନା କରିଥିଲେ । ଏହି ତିନିଦିନିଆ ବାର୍ଷିକ କ୍ରୀଡା ଉତ୍ସବର ପ୍ରଥମ ଦିନରେ ୧୦୦ ମି,୨୦୦ ମି,୮୦୦ ମି ଦୌଡ ,ଲମ୍ବଡିଆଁ,ଉଚ୍ଚ ଡିଆଁ ଓ ଅନ୍ୟାନ ବର୍ଗର ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ତନି ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି କ୍ରୀଡା ପ୍ରତିଯୋଗୀତାରେ ୭୦୦ ପ୍ରତିଭାଗୀ ଅଂଶଗ୍ରହଣ କରିବେ । ଉଦ୍ଘାଟନୀ ଉତ୍ସବରେ ପିଲାମାନଙ୍କ ଦ୍ୱାରା ଏକ ମନରଞ୍ଜନ ଧର୍ମୀ ନୃତ୍ୟ ପରିବେଷଣ କରାଯାଇଥିଲା । ଆସନ୍ତା ୨୧ରେ କ୍ରୀଡା ଉତ୍ସବ ଉଦଯାପିତ ହେବ ।

Khansweb Solution Bhubaneswar

Leave A Reply

Your email address will not be published.