banner
Breaking

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବିଂଶତମ ଖେଳକୁଦ ସମାରୋହ

0

ଭୁବନେଶ୍ୱର : ଆଦିମାତା କଲୋନୀ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବିଂଶତମ ଖେଳକୁଦ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଇଏସ୍‌ଆଇସିର ଯୁବ ନିର୍ଦ୍ଦେଶକ ଡଃ ଦିଲ୍ଲୀପ ସାହୁ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି । ମୁଖ୍ୟ ଅତିଥି ଭାବେ ବୈଜ୍ଞାନିକ ପ୍ରମୋଦ କୁମାର ପଣ୍ଡା ଯୋଗଦେଇ ଶିଶୁ ମାନଙ୍କର ଶାରୀରିକ, ମାନସିକ ଓ ନୈତିକ ବିକାଶ ପାଇଁ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଥିଲେ ।

ସମ୍ମାନିତ ଅତିଥି ଭାବେ ୯ ଓ ୧୨ ନମ୍ବର ଓାର୍ଡ କର୍ପୋରେଟର ସୁଷମା ସାହୁ, ଜୟନ୍ତୀ ସାହୁ, ବିଶିଷ୍ଟ ଶିଳ୍ପଦୋଗୀ ଦୁଷ୍ମତ ନାୟକ, ପୂର୍ବତନ ରଞ୍ଜି କ୍ରିକେଟର ସତ୍ୟ ରଞ୍ଜନ ଶତପଥୀ, ପରିଚାଳନା ସମିତି ସମ୍ପାଦକ ପ୍ରଶନ୍ନ କୁମାର ସାହୁ, ଯୁଗ୍ମ ସମ୍ପାଦକ ଯତିନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ପବିତ୍ର ସାହୁ, ବିଶିଷ୍ଟ ସମାଜସେବୀ ପ୍ରଶନ୍ନ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଦୀପ୍ତିମୟ ରଥ ମ ପରିଚାଳନା, କ୍ରୀଡା ପ୍ରମୁଖ ବିଚିତ୍ର ଦାସ ବୃ କଥନ ଓ ଆଚାର୍ଯ୍ୟ ଜୀବନ ମିଶ୍ର ଶାରୀରିକ ପଦର୍ଶନୀ ଗୁଡିକର ପରିଚାଳନା କରିଥିଲେ ।

ପ୍ରମୁଖ ଉପଦେଷ୍ଟା ନନ୍ଦ କିଶୋର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ଭାବେ ସମାପନ ହୋଇଥିଲା । ଏହି ଖେଳକୁଦ ସମାରୋହରେ ମୋଟ ୬୦ଟି କ୍ରୀଡାକୁ କନିଷ୍ଠ ଶିଶୁ, ବାଲ ଓ କିଶୋର ବର୍ଗରେ ବିଭକ୍ତ କରାଯାଇ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ସେଥିରୁ କୃତିତ୍ୱ ଅର୍ଜନ କରଥିବା ୨୦୦ ପ୍ରତିଭାଗୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶିଶୁ ମାନଙ୍କ ଦ୍ୱାରା ଶାରୀରିକ ପଦର୍ଶନୀ ଓ ନୃତ୍ୟ ପରିବେଷଣ ଅତ୍ୟନ୍ତ ଉଚ୍ଚ କୋଟିର ଥିଲା ।

ଆଚାର୍ଯ୍ୟ ଶ୍ରୀକାନ୍ତ ସାହୁ, ମନୋଜ ଦାଶ, ମନୋରଞ୍ଜନ ପାଢୀ, ପ୍ରିୟବ୍ରତ ପରିଡା, ଅମୀୟ ଜେନା, ରିତେଶ କୁମାର ସାହୁ ଓ ପ୍ରେମଲତା ବାରିକ, ଶକୁନ୍ତଳା ମଲ୍ଲିକ, ଅପୂର୍ବା ଦାସ, ପ୍ରତିଭା ମଞ୍ଜରୀ ବିଶ୍ୱାଳ, ସଶ୍ମିତା ପରିଜା, ସ୍ନିଗ୍ଧା ସାମଲ କ୍ରୀଡାକୁ ପରିଚାଳନା କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.