banner
Breaking

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବିଂଶତମ ବାର୍ଷିକ ଉତ୍ସବ

0

ଭୁବନେଶ୍ୱର : ଗାଡକଣ ଆଦିମାତା କଲୋନୀ ସରସ୍ୱତୀ ଶିଶୁ ଦିଦ୍ୟା ମନ୍ଦିରର ବିଂଶତମ ବାର୍ଷିକ ଉତ୍ସବ ମଞ୍ଚେଶ୍ବର ରେଲୱେ ଅଡିଟୋରିୟମ୍ ହଲରେ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଜିଏମ ପୋନାମ୍ ବଲାମ୍ . ଏମ୍ ଏବଂ ସ୍ୱତନ୍ତ୍ର ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପରିଚାଳନା ସମିତିର ସଭାପତି ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବେ ରଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କ୍ଷେତ୍ରୀୟ କାର୍ଯ୍ୟବାହ ଗୋପାଳ ପ୍ରସାଦ ମହାପାତ୍ର, ସମ୍ମାନିତ ଅତି ଭାବେ ନୂତନ ଶିକ୍ଷାନୀତି ଓ ବିଦ୍ୟାଳୟର ପରାମର୍ଶ ଦାତା ଅଜୟ କୁମାର ମହାନ୍ତି, ସି ଆଇ ଆଇର ନିର୍ଦ୍ଦେଶକ ଦୀପକ ରାମ, ରଷ୍ଟ୍ରୀୟ ବିଜ୍ଞାନ ଶିକ୍ଷା ଓ ଅନୁସନ୍ଧାନ ସଂସ୍ଥାନର ଡିନ୍ ଡଃ ପ୍ରଣୟ ସ୍ୱାଇଁ, ୧୨ ନମ୍ବର ଓ୍ବାର୍ଡର କର୍ପୋରେଟର ଜୟନ୍ତୀ ସାହୁ ପ୍ରମୁଖ ଯୋଗଦେଇ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଶିକ୍ଷାଦାନ ପଦ୍ଧତିକୁ ପ୍ରଶଂସା କରିବା ସହିତ ଗୁରୁଜୀ ଗୁରୁମା ମାନଙ୍କର ଦାୟିତ୍ୱ ବୋଧତା ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ଉପଦେଷ୍ଠା ନନ୍ଦ କିଶୋର ସାହୁ ଅତିଥି ପରିଚୟ ପ୍ରଦାନ କରି ସ୍ୱାଗତ ଭାଷଣ ରଖିଥିଲେ । ଆଚାର୍ଯ୍ୟ ଜୀବନ ମିଶ୍ର ଓ ଦୀପ୍ତିମୟ ରଥ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ପ୍ରଧାନ ଆଚାର୍ଯ୍ୟ ପବିତ୍ର ମୋହନ ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । ଆଚାର୍ଯ୍ୟ ମନୋଜ କୁମାର ଦାଶଙ୍କ ତ୍ୱାବଧାନରେ ଶିଶୁ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ଶିଶୁ ମନ୍ଦିରର ମୁଖପତ୍ର ଆଦ୍ୟଧ୍ୱନି ଉନ୍ମୋଚିତ କରାଯାଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ପରିଚାଳନା ସମିତିର ଉପସଭାପତି ଦୁଷ୍ମତ ନାୟକ, ଯୁଗ୍ମ ସମ୍ପାଦକ ଯତୀନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ପବିତ୍ର ସାହୁ, ସଦସ୍ୟା ରଙ୍ଗଲତା ବେହେରା ଓ ସତ୍ୟଭାମା ସାହୁ ସହେଯାଗ କରିଥିଲାବେଳେ ସମ୍ପାଦକ ପ୍ରସନ୍ନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.