banner
Breaking

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଜ୍ଞାନ ମେଳା

0

ଭୁବନେଶ୍ୱର, : ନୀଳାଦ୍ରି ବିହାର ସେକ୍ଟର ତିନି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଜ୍ଞାନ ମେଳା ଓ ବିଜ୍ଞାନାଗାର ଉଦ୍‌ଘାଟିତ ହୋଇଯାଇଛି । ଏହାକୁ ୧୪ ନମ୍ବର କର୍ପୋରେଟର ମୋନାଲିସା ସାହୁ ଓ ୬ ନମ୍ବର କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଶିକ୍ଷାବିତ୍ ଡଃ ମନୋଜ କୁମାର ଦାସ, ଶରତ ଚନ୍ଦ୍ର ସାହୁ, ସାମ୍ବାଦିକ ସୁଧାଂଶୁ ମହାପାତ୍ର, ସୁକାନ୍ତ ରାଉତ ପ୍ରମୁଖ ଯୋଗଦେଇ କୁନି ବୈଜ୍ଞାନିକ ମାନଙ୍କର ପ୍ରକଳ୍ପ ବୁଲି ଦେଖିବା ସହିତ ପ୍ରସଂଶା କରିଥିଲେ । ବିଦ୍ୟାଳୟର ପ୍ରତିଷ୍ଠାତା ଦୀନବନ୍ଧୁ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଅତିଥିମାନେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ବିଦ୍ୟାଳୟର ଶିକ୍ଷୟତ୍ରୀ ଦୀପ୍ତିମୟି ସିଂହ, ସୁନୀତା ସାହୁ, ରାଜଲକ୍ଷ୍ମୀ ମହାରଣା, ଲୋପାମୁଦ୍ରା ଧଳ ଓ ସସ୍ମିତା ସାହୁ ସହଯୋଗ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.