banner
Breaking

ରାଜ୍ୟସ୍ତରୀୟ ଜୁନିୟର ଥ୍ରୋ ବଲ ପ୍ରତିଯୋଗିତା ଉଦଘାଟିତ

0

ଭୁବନେଶ୍ୱର,୨୧/୯(ଓଡ଼ିଆ ନ୍ୟୁଜ) ରାଜ୍ୟସ୍ତରୀୟ ଜୁନିୟର ଥ୍ରୋ ବଲ ପ୍ରତିଯୋଗିତା ଖୋର୍ଦ୍ଧା କୁଦିଆରୀ ସ୍ଥିତ ୟୁପି ସ୍କୁଲ ପଡିଆରେ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ପୋଲିସ କମିଶନର ଅରୁପ ପଟ୍ଟନାୟକ ଯୋଗଦେଇ ଉଦଘାଟନ କରିବା ସହିତ କହିଥିଲେ ଖେଳ ଭାଇଚାରା ସୃଷ୍ଟିକରେ ଏବଂ ଜାତି ବର୍ଣ୍ଣ ବୈଷମ ଭୁଲି ବନ୍ଧୁତା ସ୍ଥାପନ କରେ। ସମ୍ମାନିତ ଅତିଥି ଭାବେ ଜୟ ଓଡ଼ିଶାର ଅଧ୍ୟକ୍ଷ ରୁଦ୍ର ନାରାୟଣ ସାମନ୍ତରାୟ, ଥ୍ରୋବଲର ପ୍ରତିଷ୍ଟାତା କୃଷ୍ଣଚନ୍ଦ୍ର ଦାସ,ସମ୍ପାଦକ ଜିତେନ୍ଦ୍ର ନାଥ ଦାସ,ସମାଜସେବୀ ମାନସ ଥାଟୋଇ, ପରିଚାଳନା କମିଟ ଅଧ୍ୟକ୍ଷ ପ୍ରସନ୍ନ କୁମାର ପାଣି, ସହସମ୍ପାଦକ ଯଶୋବନ୍ତ ପରମଗୁରୁ,ସଚିକାନ୍ତ ପଟ୍ଟନାୟକ, ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତାରେ ବାଳିକା ବିଭାଗରେ ୧୮୦ ଜଣ ଓ ବାଳକ ବିଭାଗରେ ୨୦୦ ଜଣ ପ୍ରତିଯୋଗି ଭାଗନେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.